ପରିଶ୍ରମ କେବେ ବୃଥା ଯାଏନା

ଭୁବନେଶ୍ୱର(ଏଏନଏସ) ୦୮/୧୦, କନ୍ଧମାଳ ଜିଲ୍ଲା ଫୁଲବାଣୀର ଶୁଭଶ୍ରୀ ରଥ ଓପିଏସ୍‌ସି ପରୀକ୍ଷାରେ ସପ୍ତମ ସ୍ଥାନ ଅଧିକାର କରିଛନ୍ତି । ସେ ଏବେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଅର୍ବାନ ଡାଟା ମ୍ୟାନେଜର ଭାବେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି । ଓୟୁଏଟିରେ ପାଠ ପଢ଼ା ସମାପ୍ତ କରିବା ପରେ ସେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି ।ଏହା ପୂର୍ବରୁ ସେ ଦୁଇ ଥର ପରୀକ୍ଷା ଦେଇଥିଲେ ବି ସଫଳ ହୋଇନଥିଲେ । ଏବେ ତାଙ୍କ ସଫଳତାରେ ପରିବାରରେ ଖୁସିର ଲହରୀ ଖେଳିଛି । ଏଥିପାଇଁ ବାପା, ମାଆ ଓ ଭାଇଙ୍କୁ ଶ୍ରେୟ ଦେଇଛନ୍ତି ଶୁଭଶ୍ରୀ । ଅସଫଳତାକୁ ସଫଳତାର ଚାବିକାଠି ବୋଲି କହିଛନ୍ତି ଶୁଭଶ୍ରୀ ରଥ ।

Leave A Reply

Your email address will not be published.