ଭୁବନେଶ୍ୱର, ଲୋକମାନେ ଥାନାରେ ନେଉଛନ୍ତି ପାର୍କର ମଜା । ସାଧାରଣତଃ ଯେଉଁ ସ୍ଥାନକୁ ଯିବା ପାଇଁ ଲୋକମାନେ ଡରିଥାନ୍ତି, ଆଜି ସେହି ସ୍ଥାନକୁ ଯାଇ ସେଲଫି ନେଉଛନ୍ତି । ଭୁବନେଶ୍ୱର ଉପକଣ୍ଠରେ ଥିବା ଚନ୍ଦକା ଥାନା ସମ୍ପର୍କରେ ଏଠାରେ ଆଲୋଚନା ହେଉଛି । ବଦଳି ଯାଇଛି ଚନ୍ଦକା ଥାନାର ରୂପରେଖ ।
ଭଳିକି ଭଳି ଫୁଲରେ ସାଜସଜ୍ଜା ହୋଇଛି ଥାନା ପରିସର । ଅପରାହ୍ନ ହେଲେ ଲୋକମାନଙ୍କ ସୁଅ ଛୁଟୁଛି ସେଠାକୁ ସେଲଫି ଓ ପାର୍କର ମଜା ନେବାପାଇଁ । ନୀଳ ନୀଳ ଘାସ ଗାଲିଚା ସାଙ୍ଗକୁ ଫାଉଣ୍ଟେନର ଦୃଶ୍ୟ ଦର୍ଶକଙ୍କୁ ଆକର୍ଷଣ କରୁଛି । ଥାନା ପ୍ରତି ଲୋକଙ୍କ ମନରେ ଥିବା ନକରାତ୍ମକ ଭାବନା ଦୂର କରିବା ପାଇଁ ଏହା ହେଉଛି ଏକ ନୂତନ ପ୍ରୟାସ ବୋଲି ଏଠାକାର ଜଣେ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।