You are currently viewing ତେଲ ଦର ବୃଦ୍ଧିରେ ଲାଗୁନି ବ୍ରେକ; ଆଜି ବି  ବଢିଲା ଦର

ତେଲ ଦର ବୃଦ୍ଧିରେ ଲାଗୁନି ବ୍ରେକ; ଆଜି ବି ବଢିଲା ଦର

ନୂଆଦିଲ୍ଲୀ-୩୧/୦୩, ତେଲ ଦରରେ ଲାଗୁନି ବ୍ରେକ । ଆଜି ବି ପୁଣି ବଢିଲା ତେଲ ଦର । ଲଗାତର ୯ ଦିନ ଧରି ବଢିଚାଲିଛି ତୈଳ ଦର । ୮୦ ପଇସା ଲେଖାଏଁ ବଢିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୦୧.୮୧ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ଦର ୯୩.୦୭ ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲର ଦର ୮୪ ପଇସା ଲେଖାଏଁ ବଢିଛି । ଫଳରେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୧୧୬.୭୨ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ୧୦୦ ଟଙ୍କା ୯୪ ପଇସାରେ ପହଞ୍ଚିଛି । ଚେନ୍ନାଇରେ ୭୬ ପଇସା ଲେଖାଏ ବୃଦ୍ଧି ପାଇଛି ତୈଳ ଦର । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୭ ଟଙ୍କା ୪୫ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ଦର ୯୭ ଟଙ୍କା ୫୨ ପଇସା ହୋଇଛି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ୍ ଦର ଲିଟର୍ ପିଛା ୮୬ ପଇସା ଓ ଡିଜେଲ୍ ଲିଟର୍ ପିଛା ୮୫ ପଇସା ବୃଦ୍ଧି ପାଇଛି ।ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୮.୮୨ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ୯୮ ଟଙ୍କା ୫୩ ପଇସାରେ ପହଞ୍ଚିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।