ପୁରୀ(ଏଏନଏସ)୦୪/୦୫, ସାମ୍ନ ସାମ୍ନି ଲାଞ୍ଚ କାରବାର ହେବା ବିଷୟରେ ସମସ୍ତେ ଜାଣନ୍ତି । କିନ୍ତୁ ଏବେ ଫୋନପେ’ରେ ମଧ୍ୟ ଲାଞ୍ଚ ଞ୍ଚକାରବାର କରାଯାଉଛି । ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ କାର୍ଯ୍ୟାଳୟରୁ । ଅସ୍ତରଙ୍ଗ ତହସିଲରେ କାର୍ଯ୍ୟକରୁଥିବା କର୍ମଚାରୀ ପ୍ରଶାନ୍ତ କୁମାର ପାତ୍ର ଫୋନପେ’ରେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ସିସିଟିଭିରେ ଧରା ପଡିଯିବା ଭୟରେ ସେ ଫୋନପେ’ରେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି ।
ସୂଚନାରୁ ପ୍ରକାଶ ଯେ ନୂଆଗଡ ଗ୍ରାମର ଅଶୋକ କୁମାର ବାରିକଙ୍କ ପତ୍ନୀ ଭାରତୀ ବାରିକଙ୍କର କୋଭିଡରେ ମୃତ୍ୟୁ ହୋଇଥିଲା । ସରକାରଙ୍କ ଅନୁକମ୍ପା ପାଇବା ପାଇଁ ତହସିଲର ଯାଞ୍ଚ ଚାଲିଥିବା ବେଳେ ସେଠାରେ ପ୍ରଶାନ୍ତ ଅତିରିକ୍ତ ଜିଲ୍ଲାପାଳ ଓ ରାଜସ୍ବ ନୀରିକ୍ଷକଙ୍କ ନାମରେ ୫୦୦ ଟଙ୍କା ମାଗିଥିଲେ । ଅଶୋକ ଟଙ୍କା ଆଣି ନଥିବା କହିବା ସତ୍ତ୍ୱେ ମଧ୍ୟ ବାଧ୍ୟ ପ୍ରଶାନ୍ତ ବାଧ୍ୟ କରି ଫୋନପେ’ରେ ନେଇଥିଲେ । ଭାଇରାଲ ଭିଡିଓରେ ପ୍ରଶାନ୍ତ ଓ ଅଶୋକଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପରୁ ଜଣାପଡିଛି । ଏପରି ଅନେକ କଥା କହି ସାଧାରଣ ଲୋକଙ୍କ ଠାରୁ ଲାଞ୍ଚ ଆଦାୟ କରିବା ଘଟଣା ଅସ୍ତରଙ୍ଗ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଯାଇଛି ।
ଜୁଲାଇ୫ରେ ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟରାସ୍ତାକଡକୁ ଖସିଲା ଯାତ୍ରୀବାହୀବସ୍ଆଡ଼ପ ମଣ୍ଡପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତୀଜାଣନ୍ତୁ ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରିବାର ଫାଇଦାଭୁଲରେ ବି ମଙ୍ଗଳବାର ଦିନ କରନ୍ତୁ ନାହିଁ ଏହିସବୁ କାମ, ଦେଖାଦେଇପାରେ ସମସ୍ୟାମହିଳାମାନଙ୍କ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର କରେ ଅମୃତଭଣ୍ଡା, ଜାଣନ୍ତୁ କ’ଣ?ମଧୁମେହ ରୋଗୀ କରନ୍ତୁ ଏହି ଚା’ର ସେବନଉଡୁଥିବା ହୋଟେଲANS [email protected]କର୍ଡନରେ ପଶି ରଥ ଛୁଇଁଲେ ମାଳ ମାଳ ଅଣଓଡ଼ିଆ,