ପୁରୀ(ଅନନ୍ତ ସିଂ), ପିପିଲି ଉପନିର୍ବାଚନ ପାଇଁ ବିଜେଡ଼ି ତାର ଦଳର ୪ ଜଣ ବରିଷ୍ଠ ନେତାଙ୍କୁ ପରିଚାଳନା ଦାୟିତ୍ୱ ଦେଇଛି । ଏହି ଚାରିଜଣଙ୍କ ମଧ୍ୟରେ ଦେବୀ ମିଶ୍ର, ସଂଜୟ ଦାଶ ବର୍ମା, ପ୍ରତାପ ଦେବ, ମହେଶ୍ୱର ମହାନ୍ତି ରହିଛନ୍ତି । ଏହି ସମସ୍ତ ନେତା ପିପିଲିରେ ରହି ଦଳର ଉପନିର୍ବାଚନା ପରିଚାଳନାରେ ସହଯୋଗ କରିବେ ଏବଂ ତଦାରଖ ମଧ୍ୟ କରିବେ ।
ସୂଚନାଯୋଗ୍ୟ ଯେ, ପିପିଲି ଆସନକୁ ବିଜେଡ଼ିର ଗଡ଼ ବୋଲି କୁହାଯାଏ । ଦିବଂଗତ ବିଜେଡ଼ି ନେତା ପ୍ରଦୀପ ମହାରଥୀ ଏହି ଆସନରୁ ବିଜୟୀ ହେଉଥିଲେ । ତେବେ ତାଙ୍କର ଅକଳା ବିୟୋଗ ପରେ ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ସେଥିପାଇଁ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିଜେଡି ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛି