ଜଟଣୀ/ପିପିଲି – ଜଟଣୀ ରଘୁନାଥ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ପରିସରରେ ଇକୋ କ୍ଲବ ପକ୍ଷରୁ ବୃକ୍ଷ ରୋପଣ ।

ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଜବାହରଲାଲ ସୁବୁଦ୍ଧି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପରି ଚାଳନା କମିଟି ସଭ୍ୟ ଦେବରାଜ ବେହେରା ସମ୍ମାନୀତ ଅତିଥି, ବରିଷ୍ଠ ସାମ୍ବାଦିକ ରାଜକିଶୋର ସ୍ଵାଇଁ ମୁଖ୍ୟବକ୍ତା,ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ମତଗଜ ସିଂ, ନାରାୟଣ ବେହେରା, ଭୀମସେନ ଭୁଜବଲ,ସିଆର ସିସି ସୁନୀଲ ଦାସ, ଦକ୍ଷିଣକାଳୀ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ଅକ୍ଷୟ ପାଲଟା ସିଂ,ନରେନ୍ଦ୍ର ମୁଦୁଲି,ଚିତ୍ତରଞ୍ଜନ ସାହୁ, ଅକ୍ଷୟ ପ୍ରଧାନ, ବିପିନ ଦାସ,କିଶୋର ସୁବୁଦ୍ଧି, ଗଣେଶ ବେହେରା, ଶିକ୍ଷୟତ୍ରୀ ସାବିତ୍ରୀ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ପ୍ରଧାନଶିକ୍ଷକ କ୍ଷେତ୍ରବାସୀ ମହାରଣା କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ । ଇକୋ କ୍ଳବ ଦାୟିତ୍ୱ ରେ ଥିବା ବରିଷ୍ଠ ଶିକ୍ଷକ ମନୋରଞ୍ଜନ ପାଟସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।