ମାର୍ଚ୍ଚ ୧୬ରୁ ଯୁକ୍ତ-୩ ପଞ୍ଚମ ସେମିଷ୍ଟାର ପରୀକ୍ଷା ଆରମ୍ଭ

ଭୁବନେଶ୍ୱର, ଆସନ୍ତା ମାର୍ଚ୍ଚ ମାସ ୧୬ ତାରିଖରୁ ଯୁକ୍ତ ୩ର ପଞ୍ଚମ ସେମିଷ୍ଟାର ପରୀକ୍ଷା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଆଜି ରାଜଧାନୀ କଲେଜ ପରିଦର୍ଶନ କରି ମନ୍ତ୍ରୀ ଏଭଳି ସୂଚନା ଦେଇଛନ୍ତି । ଆଉ ମଧ୍ୟ କହିଛନ୍ତି ଯେ, ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହିତ ରିଭିଜନ୍‌ ମଧ୍ୟ ଚାଲିଛି । ସୂଚନାଥାଉକି, କରୋନା ପାଇଁ ସମସ୍ତ କଲେଜ ବନ୍ଦ ରହିଥିବାବେଳେ ଏବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ରାଜ୍ୟରେ ଖୋଲିଛି ସ୍କୁଲ, କଲେଜ ଓ ବିଶ୍ୱ ବିଦ୍ୟାଳୟ ।

Leave A Reply

Your email address will not be published.