ସ୍ୱାଭିମାନ ଅଞ୍ଚଳରେ ପୋଲିସ ଡିଜି

ମାଲକାନଗିରି, ସ୍ୱାଭିମାନ ଅଞ୍ଚଳରେ ଥିବା ହନ୍ତାଳଗୁଡ଼ା ବିଏସଏଫ କ୍ୟାମ୍ପକୁ ମାଓବାଦୀ ଦମନ ନେଇ ସ୍ଥିତି ସମୀକ୍ଷା କରିବାକୁ ପହଞ୍ଚିଥିଲେ ଓଡ଼ିଶା ପୁଲିସ ଡିଜି ଅଭୟ ।ସେଠାରେ ପହଞ୍ଚି ଯବାନଙ୍କ ମନୋବଳ ବଢ଼ାଇଛନ୍ତି ଅଭୟ । ସ୍ୱାଭିମାନ ଅଞ୍ଚଳକୁ ମାଓବାଦୀ ମୁକ୍ତ କରିବା ହେଉଛି ଏକମାତ୍ର ଲକ୍ଷ୍ୟ । ବିଏସଏଫ୍ କ୍ୟାମ୍ପରେ ବୈଠକ ଶେଷ ହେବା ପରେ ଡିଜି ଅଭୟ କହିଛନ୍ତି ଯେ ଏହା ସ୍ୱାଭିମାନ ଅଞ୍ଚଳକୁ ତାଙ୍କର ଦ୍ବିତୀୟ ଗସ୍ତ। ବିଏସଏଫ୍ କ୍ୟାମ୍ପ ସ୍ଥାପନ ପରେ ମାଓବାଦୀଙ୍କ ମନୋବଳ ପୂରା ଦୁର୍ବଳ ହୋଇଯାଇଛି । ମାଓବାଦୀଙ୍କୁ ଗାଁ ଲୋକେ ସମର୍ଥନ କରୁନଥିବା କଥା କହିଛନ୍ତି ଅଭୟ । ମାଓବାଦୀଙ୍କର ଖସିଯିବାରେ ଆଉ ବାଟ ନାହିଁ ଏବଂ ପୋଲିସ ନିକଟରେ ଆତ୍ମସମର୍ପଣ ମାଓବାଦୀଙ୍କ ପାଇଁ ଶେଷ ରାସ୍ତା ବୋଲି କହିଛନ୍ତି ଅଭୟ ।

Leave A Reply

Your email address will not be published.