You are currently viewing ପୋଲିସ-ନକ୍ସଲ ଗୁଳିବିନିମୟ , ମହିଳା ନକ୍ସଲଙ୍କ ମୃତ୍ୟୁ

ପୋଲିସ-ନକ୍ସଲ ଗୁଳିବିନିମୟ , ମହିଳା ନକ୍ସଲଙ୍କ ମୃତ୍ୟୁ

  • Post category:ଓଡିଶା
  • Reading time:1 mins read

ଫୁଲବାଣୀ (୧୨.୧୦.୨୨) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସୁଡ୍ରା ପଞ୍ଚାୟତର ସିନ୍ଧି ଜଙ୍ଗଲରେ ପୋଲିସ-ନକ୍ସଲ ଗୁଳି ବିନିମୟରେ ଜଣେ ମହିଳା ନକ୍ସଲ ମୃତ୍ୟୁ ହୋଇଛି । ଜଙ୍ଗଲରୁ ଏକ ନକ୍ସଲ କ୍ୟାମ୍ପ ଠାବ ହୋଇଥିବା ବେଳେ ବହୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।

ସୂଚନାଯୋଗ୍ୟ, ସିନ୍ଧି ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଚାଲିଥିବା ନେଇଁ ଜିଲ୍ଲା ପୁଲିସକୁ ସୂଚନା ମିଳିଥିଲା । ଏହାପରେ କନ୍ଧମାଳ ଏସ୍‌ପି ବିନୀତ ଅଗ୍ରଓ୍ୱାଲଙ୍କ ନିର୍ଦେଶ କ୍ରମେ ଗତକାଲି ଏସସଓଜି ଯବାନ ଜଙ୍ଗଲରେ କୁମ୍ବିଂ ଅପେରସନ ଆରମ୍ଭ କରିଥିଲେ । ଏଥିରେ ଡିଭିଏଫ୍ ଓ ଓଡ଼ିଶା ପୋଲିସ ବି ସାମିଲ ହୋଇଥିଲେ।

 ଦୀର୍ଘ ସମୟ ସର୍ଚ୍ଚ ଅପରେସନ ଚାଲିବା ପରେ ପ୍ରାୟ ସନ୍ଧ୍ୟା ବେଳେ ପୋଲିସ-ନକ୍ସଲ ମୁହାଁମୁହିଁ ହୋଇଥିଲା। ଏପରିକି ଉଭୟ ପକ୍ଷଙ୍କ ମଧ୍ୟରେ ଦୀର୍ଘ ସମୟ ଗୁଳି ବିନିମୟ ଚାଲିଥିବା ଏଥିରେ ଜଣେ ମହିଳା ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି ।

ମୃତ ମହିଳା ନକ୍ସଲଙ୍କ ନିକଟରୁ ଏକ ଦେଶୀ ପିସ୍ତଲ ଜବତ ହୋଇଛି । ମହିଳା ନକ୍ସଲଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପରିଚୟ ସ୍ପଷ୍ଟ ହୋଇ ପାରିନାହିଁ। ପରିଚୟ ମିଳିଲେ ପରିବାର ଲୋକଙ୍କୁ ସମ୍ପର୍କ କରି ମୃତଦେହ ହସ୍ତାନ୍ତର କରାଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।