You are currently viewing ରିମାଣ୍ଡରେ ଯିବେ ନକଲି ଡାକ୍ତରଙ୍କ ଦ୍ୱିତୀୟ ପତ୍ନୀ

ରିମାଣ୍ଡରେ ଯିବେ ନକଲି ଡାକ୍ତରଙ୍କ ଦ୍ୱିତୀୟ ପତ୍ନୀ

ଭୁବନେଶ୍ୱର(ଏଏନଏସ)୦୭/୦୪, ରିମାଣ୍ଡରେ ଯିବେ ରମେଶଙ୍କ ଦ୍ୱିତୀୟ ପତ୍ନୀ । ନକଲି ଡାକ୍ତର ରମେଶଙ୍କ ଦ୍ୱିତୀୟ ପତ୍ନୀ କମଳା ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ରିମାଣ୍ଡରେ ଯିବାକୁ ଅନୁମତି ଦେଲେ ଭୁବନେଶ୍ୱର SDJM କୋର୍ଟ । ୭ ଦିନ ରିମାଣ୍ଡ ପାଇଁ ଆବେଦନ ହୋଇଥିବା ବେଳେ କୋର୍ଟ ୫ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି । ସେହିପରି ରମେଶଙ୍କୁ ପୁଣି ଥରେ ରିମାଣ୍ଡରେ ନେବାକୁ ଅନୁମତି ଦେଇନାହାନ୍ତି କୋର୍ଟ ।
ସୂଚନାଯୋଗ୍ୟ ଯେ, ରମେଶ ସ୍ୱାଇଁଙ୍କ ପତ୍ନୀ କମଳାଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିଥିଲା କମିଶନରେଟ ପୋଲିସର ପିଙ୍କ ଟିମ୍ । ରମେଶ ସ୍ୱାଇଁଙ୍କର କାରନାମା ଧରାପଡିବା ପରେ ଫେରାର ଥିଲେ ଡାକ୍ତର ପତ୍ନୀ କମଳା । ୨୦୦୨ ମସିହାରେ କମଳା ସ୍ୱାଇଁଙ୍କୁ ଦ୍ୱିତୀୟ ବିବାହ କରିଥିଲେ ରମେଶ ସ୍ୱାଇଁ । କମଳାଙ୍କ ପରେ ଆଉ ୧୭ ମହିଳାଙ୍କୁ ବିବାହ କରିଥିଲେ ରମେଶ ।

ଅନ୍ୟମାନଙ୍କୁ ଜଣାନ୍ତୁ।