You are currently viewing କେଉଁ ଦିଗରେ ପୁଜାଘର ରଖିବା ଉଚିତ୍

କେଉଁ ଦିଗରେ ପୁଜାଘର ରଖିବା ଉଚିତ୍

  • Post category:ଓଡିଶା
  • Reading time:1 mins read

ଘରେ ଯଦି ପୂଜା ଘର ସଠିକ ସ୍ଥାନରେ ଥାଏ ତେବେ ଘରେ ରହୁଥବା ବ୍ୟକ୍ତିଙ୍କର କୌଣସି ଅସୁବିଧା ହୋଇନଥାଏ । ସମସ୍ତ ସଦସ୍ୟଙ୍କ ମନ ପ୍ରସନ୍ନ ରହିଥାଏ । ଭଗବାନଙ୍କ ପୂଜା ଆତ୍ମବିଶ୍ୱାସରୁ ଆରମ୍ଭ ହେବା ଆବଶ୍ୟକ । ମନରେ ଇଚ୍ଛାଶକ୍ତି ଓ ଏକ୍ରାଗତା ରହିବା ଆବଶ୍ୟକ । ଏଥିପାଇଁ ପୁଜାଘର ଐଶାନ୍ୟ କୋଣରେ ରଖିବା ଦରକାର । ସର୍ବଦା ଘରର ଭୌଗଳିକ ପରିସ୍ଥିତି ଅଲଗା ଅଲଗା ହୋଇଥାଏ । କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ସମସ୍ତଙ୍କ ପୂଜା ସ୍ଥାନ ଗୋଟିଏ ଯାଗାରେ ରହିବା ଆବଶ୍ୟକ । ତାହା ପୂର୍ବ ଓ ଉତ୍ତର ସ୍ଥାନରେ ହୋଇଥିବା ଦରକାର । ଯାହାକୁ ଐଶାନ୍ୟ କୋଣ କୁହାଯାଏ । ବାସ୍ତୁ ପଦ ବିନ୍ୟାସ ଅନୁସାରେ ଐଶାନ୍ୟ କୋଣରେ ବ୍ରହ୍ମାଙ୍କ ବାସ ହୋଇଥାଏ । କାରଣ ବ୍ରହ୍ମା ହିଁ ଭାଗ୍ୟବିଧାତା ହୋଇଥାଆନ୍ତି । ଭୂଖଣ୍ଡର ସ୍ଥିତି ଅନୁସାରେ ସେଠାରେ ରହୁଥିବା ଲୋକଙ୍କର ଆଚାର ବିଚାରରେ ପରିବର୍ତ୍ତନ ହୋଇଥାଏ । ଆଜିକାଲି ଲୋକେ ଘରେ ମଧ୍ୟ ପୂଜା ସ୍ଥାନରେ ମନ୍ଦିର ତିଆରି କରି ଦେବତାଙ୍କ ପୂଜା କରୁଛନ୍ତି ।

କିନ୍ତୁ ମନେରଖିବେ ଘରେ କେବେହେଲେ ଦେବଦେବୀଙ୍କ ମୂର୍ତ୍ତି ରଖି ପୂଜା କରିବେ ନାହିଁ । ପୂଜା ଘରେ ଗଣେଶ ଓ ମା’ ଦୁର୍ଗାଙ୍କ ଫଟୋ କିମ୍ବା ଛୋଟ ମୁର୍ତ୍ତି ଉତ୍ତର ଦିଗରେ ଦକ୍ଷିଣକୁ ମୁହଁ କରି ରଖିବା ଆବଶ୍ୟକ । ଏହାଛଡା ବ୍ରହ୍ମା,ବିଷ୍ଣୁ ଏବଂ ସୂର୍ଯ୍ୟଙ୍କ ମୁହଁ ପୂର୍ବ କିମ୍ବା ପଶ୍ଚିମକୁ ରଖିବା ଆବଶ୍ୟକ । ଶାସ୍ତ୍ର ଅନୁସାରେ ଆଠ ଆଙ୍ଗୁଳିରୁ ଅଧିକ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ରଖିବା ଉଚିତ ନୁହେଁ । ଏହାଛଡା ମାଟିର ମୂର୍ତ୍ତି ରଖିବା ଦ୍ୱାରା କୌଣସି କ୍ଷତି ହୋଇନଥାଏ । ଘରେ କେବେହେଲେ କୌଣସି ପ୍ରାଚୀନ ମୂର୍ତ୍ତି ରଖିବା ଉଚିତ ନୁହେଁ । ଏହା ଛଡା ଯୁଦ୍ଧର ଚିତ୍ର, ମହାଭାରତର ଚିତ୍ର, ଆଦି ରଖିବା ଉଚିତ ନୁହେଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।