You are currently viewing ୩ ଲକ୍ଷ ଟଙ୍କାର ଚେନ ଫେରାଇ ମହାନତାର ପରିଚୟ ଦେଲେ ପୂଜା ସିଂ

୩ ଲକ୍ଷ ଟଙ୍କାର ଚେନ ଫେରାଇ ମହାନତାର ପରିଚୟ ଦେଲେ ପୂଜା ସିଂ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(୨୨.୨.୨୩) : ମହାନତାର ପରିଚୟ ଦେଲେ ସ୍ୱଚ୍ଛସାଥୀ ପୂଜା ସିଂ । ଏବେବି ବଂଚି ରହିଛି ମାନବିକତା ଓ ସାଧୁପଣ । ପୂଜା ଏହାର ପ୍ରମାଣ ଦେଇଛନ୍ତି । ଅଳିଆ ଗଦାରୁ ସାଢ଼େ ୩ ଲକ୍ଷ ଟଙ୍କାର ପାଇଥିବା ସୁନା ଚେନ୍ ସେ ଫେରାଇ ଦେଇଛନ୍ତି । ପଟିଆ ଅଞ୍ଚଳର ପୁରା ଘଟଣା ଏବେ ପୁରା ଭୁବନେଶ୍ୱରରେ ଚର୍ଚ୍ଚାର କାରଣ ପାଲଟିଛି । ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରରେ ଅଳିଆ ବାଛୁ ବାଛୁ ସୁନା ଚେନ୍ ପାଇଥିଲେ ସଫେଇ କର୍ମଚାରୀ ସ୍ୱଚ୍ଛ ସାଥୀ ପୂଜା ସିଂ । ପ୍ରାୟ ୬ ଭରି ଓଜନର ସୁନା ଚେନ୍ ପାଇଥିଲେ । ପୂଜାଙ୍କ ଘର ୱାର୍ଡ ନମ୍ବର ଦୁଇ ଜଳିମୁଣ୍ଡା ସାହିରେ । ସେ କାନନବିହାର ଅଂଚଳରେ ଥିବା ଏମସିସି ପ୍ଲାଣ୍ଟରେ ସ୍ୱଛସାଥୀ ଭାବେ କାମ କରୁଛନ୍ତି । ପୂଜା ଅଳିଆ ବାଛୁଥିବା ବେଳେ ଏକ ଫୁଲ ଭର୍ତ୍ତି ପଲିଥିନ ତାଙ୍କ ନଜରକୁ ଆସିଥିଲା । ପଲିଥିନ ଖୋଲିବା ପରେ ଏଥିରେ ଏକ ସୁନା ଚେନ ଥିବା ସେ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ସେ ଏହି କଥା ସେଠାରେ ଦାୟିତ୍ୱରେ ଥିବା ସାନିଟାରୀ ଇନସପେକ୍ଟର ଜଣାଇଥିଲେ । ଏହାପରେ ବିଏମସି ପକ୍ଷରୁ ସୁନାଚେନ ମାଲିକଙ୍କ ସନ୍ଧାନ ଆରମ୍ଭ ହୋଇଥିଲା । କୌଳାସ ବିହାର ଅଂଚଳର ବିଭୂତି ଭୂଷଣ ସେଠୀ ଏହି ସୁନାଚେନର ମାଲିକ ବୋଲି ଜଣାପଡ଼ିବା ପରେ ତାଙ୍କୁ ସୁନାଚେନ ହସ୍ତାନ୍ତର କରାଯାଇଛି । ସେପଟେ ତାଙ୍କର ଏହି ନିସ୍ୱାର୍ଥ ମନୋଭାବ ପାଇଁ ସ୍ୱଚ୍ଛସାଥୀ ପୂଜା ସିଂଙ୍କୁ ବିଏମସି କମିଶନର ଓ ମେୟର ସମ୍ବର୍ଦ୍ଧନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।