ପୁରୀ -୨୯,୦୪,୨୦୧୧(ଅନନ୍ତ ସିଂ), ପୁରୀ ପୌରସଂସ୍ଥାର ୭ ନଂ ୱାର୍ଡ ଅନ୍ତର୍ଗତ ପ୍ରଭୁପାଦ ହୋଟେଲ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଏହି ହୋଟେଲରୁ ଅଧିକାଂଶ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ସମୟ ମଧ୍ୟରେ ସଂପୃକ୍ତ ଅଞ୍ଚଳରେ ରହୁଥିବା ବାସିନ୍ଦା ବାହାରକୁ କିମ୍ବା ବାହାର ବ୍ୟକ୍ତିଙ୍କୁ କଣ୍ଟେନମେଣ୍ଟ ଜୋନ ମଧ୍ୟକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଏଥିସହ ଉକ୍ତ ଅଞ୍ଚଳ ପରିସରରେ ଥିବା ସମସ୍ତ ସରକାରୀ, ବେସରକାରୀ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିବ । ମାତ୍ର ବିଭିନ୍ନ ଟିମ ଦ୍ବାରା ବାସିନ୍ଦା ମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଓ ଡାକ୍ତରୀ ସେବା ଜାରିରହିବ । ଏତଦବ୍ୟତୀତ ୱାର୍ଡ ନଂ ୩୧ ଅନ୍ତର୍ଗତ ଡିଏଜି କଲୋନୀକୁ ମଧ୍ୟ ପୂର୍ବରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।
ଓଟିଟିରେ ରିଲିଜ୍ ହେବ ଅକ୍ଷୟଙ୍କ ‘ଓ ମାଇଁ ଗଡ୍-୨’ ଚଳଚ୍ଚିତ୍ରମହାନଦୀ ବ୍ରିଜରେ ଦୁର୍ଘଟଣା: ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବିହବିଷ୍ୟାଳୀ ଯୋଜନାରେ ଆଜିଠୁ ନାମ ପଞ୍ଜୀକରଣଆମେରିକାର ମେରିଲ୍ୟାଣ୍ଡରେ ଉନ୍ମୋଚିତ ହେବ ଆମ୍ବେଦକରଙ୍କ ସବୁଠୁ ବଡ ପ୍ରତିମୂର୍ତ୍ତିଲୋକସେବା ଭବନରେ ଲାଗିଲା ନିଆଁଦ୍ୱିତୀୟ ମ୍ୟାଲେରିଆ ଟିକା R21 / Matrix-M ଟିକାକୁ ଅନୁମତି ଦେଲା WHOପୂର୍ବଭଳି ତ୍ଵଚାର ଚମକକୁ ଫେରାଇ ଆଣିବାକୁ ଚାହାନ୍ତି, ତେବେ ଜାଣନ୍ତୁ ପାରାଦୀପ ବନ୍ଦର ହେବ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ