ଭୁବନେଶ୍ୱର- ବହୁ ଚର୍ଚ୍ଚିତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ ମିଳିଛି । କ୍ରାଇମବ୍ରାଞ୍ଚମାମଲାରେ ହାଇକୋର୍ଟ ଏହି ଜାମିନ ପ୍ରଦାନ କରିଥିବା ଜଣାଯାଇଛି । ହେଲେ ଜାମିନରେ କିଛି ସର୍ତ୍ତ ଆରୋପ କରିଛନ୍ତି ମାନ୍ୟବର ଉଚ୍ଚ ନ୍ୟାୟାଳୟ ।

୫ ଲକ୍ଷ ଟଙ୍କା ଲେଖାଏଁ ଦୁଇ ଜଣ ଜାମିନଦାରଙ୍କ ଜିମାରେ ମିଳିବ ଜାମିନ । ଏତଦ ବ୍ୟତୀତ ୨୪ ଲକ୍ଷ ଟଙ୍କା ଜମା କରିବାକୁ ମଧ୍ୟ ସର୍ତ୍ତ ରଖିଛନ୍ତି ଓଡିଶା ହାଇକୋର୍ଟ ।