You are currently viewing ପ୍ରେମିକର ପ୍ରତାରଣା, ପ୍ରେମିକାର ଏସିଡ୍ ମାଡ

ପ୍ରେମିକର ପ୍ରତାରଣା, ପ୍ରେମିକାର ଏସିଡ୍ ମାଡ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏ ଏନ୍ ଏସ)୨୫/୦୪, ପ୍ରେମିକର ପ୍ରତାରଣା, ପ୍ରେମିକାର ଏସିଡ୍ ମାଡ । ବିଭିନ୍ନ ସମୟରେ ପ୍ରେମିକାକୁ ପ୍ରେମିକ ଏସଡ୍ ଆକ୍ରମଣ କରିଥିବାର ନଜିର ରହିଛି । ହେଲେ ଏହି ଘଟଣାରେ ଓଲଟା ଦେଖିବାକୁ ମିଳିଛି । ଏହା କିନ୍ତୁ ଆଇନ ଅନୁଯାୟୀ ଅପରାଧ । ପଡୋଶୀ ଛତିଶଗଡର ବସ୍ତର ଜିଲ୍ଲା ଅନ୍ତର୍ଗତ ଭାନପୁରୀର ଆମାବାଲ ଗାଁରେ ଏହି ଘଟଣା ଘଟିଛି । ଗତ ୧୯ ତାରିଖ ଦିନ ଏକ ବିବାହ ବେଦୀ ଉପରେ ଏସିଡ୍ ଆକ୍ରମଣରେ ବର ଓ କନ୍ୟା ସମେତ ୧୨ଜଣ ଲୋକେ ଆହତ ହୋଇଥିଲେ । ଏହି ଘଟଣାରେ ଭାନପୁରୀ ପୋଲିସ ଏସଡ୍ ମାରିଥିବା ଅଭିଯୋଗରେ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ମିଳିଥିବା ସୂଚନା ଅନୁସାରେ ବିବାହ ପ୍ରତିଶ୍ରୁତି ଦେଇ ଯୁବକ ଜଣକ ଅନ୍ୟ ଯୁବତୀଙ୍କ ସହିତ ବିବାହ କରୁଥିବାରୁ ରାଗିଯାଇ ପ୍ରେମିକା ଏଭଳି ପଦକ୍ଷେପ ନେଇଥିବା ନିଜେ ସ୍ୱୀକାର କରିଛନ୍ତି । ୭ ବର୍ଷ ପୂର୍ବେ କୋଣ୍ଡାଗାଁର ଅଭିଯୁକ୍ତ ଯୁବତୀଙ୍କ ସହିତ ସୁଧାପାଲ ଗ୍ରାମର ଡମରୁଧର ବଘେଲଙ୍କୁ ଭେଟିଥିଲେ । ପରେ ଦୁହେଁ ବିବାହ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ତେବେ ଇତିମଧ୍ୟରେ ଡମ୍ବୁରୁଧର ସହିତ ଅନ୍ୟ ଝିଅର ବିବାହ କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ । ଏ କଥା ପ୍ରେମିକା ଜାଣିବା ପରେ ସେ ଡମ୍ବୁରୁଧରଙ୍କୁ ଡାକି ବିବାହ ବିଷୟରେ ପଚାରିଥିଲେ ।

କିନ୍ତୁ ଡମ୍ବୁରୁଧର ଭୟରେ ବିବାହ କଥାକୁ ଅସ୍ୱୀକାର କରିଥିଲେ । ଏହା ପରେ ଗତ ୧୯ ତାରିଖ ଦିନ ଆମାବାଲ ଠାରେ ଡମ୍ବୁରୁଧର ବିବାହ ଚାଲିଥିବା ବେଳେ ସନ୍ଧ୍ୟାରେ ଉକ୍ତ ପ୍ରେମିକା ସେଠାରେ ପହଞ୍ଚିଥିଲେ । ସେହି ରାତିରେ ଝଡ଼ ତୋଫାନ ଯୋଗୁଁ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲା । ଏହାର ସୁଯୋଗ ନେଇ ପ୍ରେମିକା ଉଭୟ ବର କନ୍ୟା ଉପରେ ଏସିଡ୍ ଆକ୍ରମଣ କରିଥିଲେ । ସେହି ଦିନ ଠାରୁ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ଏକ ୧୦ ଜଣିଆ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ପରେ ସିସିଟିଭି ଫୁଟେଜ ଯାଞ୍ଚ କରି ଯୁବତୀଙ୍କୁ ଗିରଫ

ଅନ୍ୟମାନଙ୍କୁ ଜଣାନ୍ତୁ।