You are currently viewing ପୋଲିସ କମିଶନରଙ୍କୁ ରାଷ୍ଟ୍ରପତି ମେଡାଲ

ପୋଲିସ କମିଶନରଙ୍କୁ ରାଷ୍ଟ୍ରପତି ମେଡାଲ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୭/୦୧,ବିଶିଷ୍ଟ ସେବା ପାଇଁ ସମ୍ମାନିତ ହେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଏବଂ ସିକ୍ୟୁରିଟି ୱିଙ୍ଗ ଏସପି ସରୋଜ ମହାପାତ୍ରଙ୍କୁ ମଧ୍ୟ ମିଳିଛି ରାଷ୍ଟ୍ରପତି ପୋଲିସ ମେଡାଲ । ସାଧାରଣତନ୍ତ୍ର ଦିବସ ଅବସରରେ ଲୋକସେବା କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ପୁଲିସ ପଦକ ପ୍ରଦାନ ଉତ୍ସବ। ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। କର୍ମକ୍ଷେତ୍ରରେ ଉଲ୍ଲେଖନୟ ସଫଳତା, ସାହସିକତା ଓ ବିଶିଷ୍ଟ ସେବା ପାଇଁ ୩୪ ଜଣଙ୍କୁ ସମ୍ମାନିତ କରାଯାଇଛି। ଚନ୍ଦକା SOGର ୨ ଜଣ କମାଣ୍ଡୋଙ୍କୁ ସାହାସିକତା ପୁରସ୍କାର ମିଳିଛି। ପୁରସ୍କୃତ ହୋଇଛନ୍ତି SOG କମାଣ୍ଡୋ କୁମାର କର୍ମି ଓ ପୀତବାସ ପାଣ୍ଡେ। ଏଥିସହ ଉଲ୍ଲେଖନୀୟ ସେବା ପାଇଁ ୧୦ ଜଣ ପୁଲିସ କର୍ମଚାରୀ ପୁରସ୍କୃତ ହୋଇଛନ୍ତି। ୭ଟି କାଟାଗୋରୀରେ ୨୦ ଜଣଙ୍କୁ ରାଜ୍ୟପାଳ ମେଡାଲ ପ୍ରଦାନ କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।