ଏଏନଏସ: ମେ’ ୬ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଦକ୍ଷିଣ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଚାର କରିବେ । ଗୋଟିଏ ଦିନରେ ଦୁଇଟି ଲୋକସଭା କ୍ଷେତ୍ରରେ ମୋଦୀଙ୍କ କାର୍ଯ୍ୟକ୍ରମ ଅଛି । ବ୍ରହ୍ମପୁର ଓ ନବରଙ୍ଗପୁର ଜନସଭାରେ ସମ୍ଭୋଧନ କରିବେ ମୋଦୀ । ସୂଚନାଯୋଗ୍ୟ ୬ତାରିଖ ଦିନ ସକାଳ ୧୦ଟାରେ ବ୍ରହ୍ମପୁର ଠାରେ ସମାବେଶ କରିବେ । ଏହାପରେ ଅପରାହ୍ନରେ ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ଶେଷ ପର୍ଯ୍ୟାୟ ନିର୍ବାଚନ ଭିତରେ ପୁଣି ଓଡ଼ିଶାକୁ ମୋଦୀଙ୍କ ଗସ୍ତ ରହିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ।