ବଲଙ୍ଗିର(୭.୧୦.୨୨) : ଏକ ପୋଖରୀ ମରାମତି କାମର ବିଲ କରାଇ ଦେବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତତରେ ଧରାପଡିଲେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଆସିଷ୍ଟାଣ୍ଡ ପ୍ରୋଗ୍ରାମିଂ ଅଫିସର ସୁଶାନ୍ତ ଦାସ । ଲାଞ୍ଚ ନେବା ମାମଲାରେ ସୁଶାନ୍ତଙ୍କୁ ଗିରଫ କରି ପଚରାଉଚରା କରୁଛନ୍ତି ଭିଜିଲାନ୍ସ ଟିମ୍। ପତ୍ରାପାଲି(ଖ) ଗାଁର ମନରେଗା ଯୋଜନାରେ ୯ ଲକ୍ଷ ୮୦ ହଜାର ଟଙ୍କାରେ ତିଆରି ହୋଇଥିବା ଏକ ମୋ ପୋଖରୀର ବିଲ୍ କରିଦେବାକୁ ଗାଁ ସାଥି ସୁଦାମ ନାଗଙ୍କ ଠାରୁ ୪୫ ହଜାର ଟଙ୍କା ମାଗିଥିଲେ ସୁଶାନ୍ତ। ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ସୁଦାମ। ଅଭିଯୋଗ ପାଇବା ପରେ ବରଗଡ଼ ଓ ସମ୍ୱଲପୁର ଭିଜିଲାନ୍ସ ଟିମ୍ ସୁଶାଙ୍କ ଅଫିସରେ ଛପି ରହିଥିଲେ। ଆଜି ସୁଦାମଙ୍କ ପାଖରୁ ସୁଶାନ୍ତ ନିଜ ଅଫିସରେ ୪୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଥିଲେ ଭିଜିଲାନ୍ସ କର୍ମଚାରୀ। ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିବା ସହ ପ୍ରୋଗ୍ରାମିଂ ଅଫିସରଙ୍କୁ ଗିରଫ କରିଥିଲେ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ