You are currently viewing ପୁରୀରେ ପହଞ୍ଚିଲା ରଥକାଠ

ପୁରୀରେ ପହଞ୍ଚିଲା ରଥକାଠ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୨୧/୦୧, ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ପ୍ରଥମ ପର୍ଯ୍ୟାୟ ରଥକାଠ । ପରମ୍ପରା ଅନୂଯାୟୀ ସରସ୍ବତୀ ପୂଜା ପୂର୍ବରୁ ପ୍ରଥମ ରଥକାଠ ପୁରୀ ରଥଖଳାରେ ପହଞ୍ଚିବାପାଇଁ ନିୟମ ରହିଛି । ପାରମ୍ପରିକ ରୀତି- ନୀତି ଅନୁଯାୟୀ ପ୍ରଭୁ ମହାବୀରଙ୍କ ମନ୍ଦିର ସମ୍ମୁଖରେ କାଠବୋଝେଇ ତିନୋଟି ଟ୍ରକ ରଖାଯାଇଥିଲା। ଏଥିରେ ୩୩ ଖଣ୍ଡ ଧଉରା ଏବଂ ୭୨ ଖଣ୍ଡ ଅସନ କାଠ ଲଗ୍ ରହିଛି । ସେଥିମଧ୍ୟରୁ ଅସନ ୧୨ଫୁଟିଆ ୧୮ଖଣ୍ଡ ଏବଂ ୨୦ଫୁଟିଆ ୧୫ ଖଣ୍ଡ ରହିଛି । ସେହିପରି ଧଉରା ୧୨ଫୁଟିଆ ୪୪ ଖଣ୍ଡ ଏବଂ ୨୦ ଫୁଟିଆ ୨୭ ଖଣ୍ଡ କାଠ ରଖାଯିବା ପରେ ବିଶେଷ ପୂଜାର୍ଚ୍ଚନା ପରେ ଗାଡି ଗୁଡିକ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ସେହିପରି ମଧ୍ୟାହ୍ନରେ ନୟାଗଡ ପୁରୁଣା ସହରରେ ଥିବା ଜଗନ୍ନାଥ ମନ୍ଦିର ନିକଟରେ ଡି.ଏଫ୍.ଓ ଏବଂ ଅନ୍ୟ ବନବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯିବା ପରେ ପୁରୀ ଅଭିମୁଖେ କାଠ ବୋଝେଇ ଟ୍ରକ୍ ବାହାରିବ । ପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ନିମନ୍ତେ ନୟାଗଡ ବନଖଣ୍ଡର ଦଶପଲ୍ଲା ବନାଞ୍ଚଳରୁ ଚଳିତବର୍ଷ ୭୪୭ ଖଣ୍ଡ କାଠ ଯୋଗାଇଦିଆଯିବାପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।