ବର୍ଷା ସମ୍ଭାବନା; ୧୧ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଙ୍ଗ ଜାରି

ଭୁବନେଶ୍ୱର, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏନେଇ ୧୧ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ୍ । ଉତ୍ତର ଉପକୂଳ ଓଡିଶା, କେଉଁଝର, ସୁନ୍ଦରଗଡ, ମୟୁରଭଞ୍ଜ, ଢ଼େଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ, ଏବଂ ଗଂଜାମ ଜିଲ୍ଲାରେ ଗୋଟିଏ କି ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ତେବେ ଏହି ବର୍ଷା ସମ୍ଭାବନା ଥିବାରୁ ୟେଲ୍ଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ବର୍ଷା ସମ୍ଭାବନା ରହିଥିବାରୁ ସ୍ଥିତି ଉପରେ ନଜର ରଖି ସତଦର୍କତା ମୂଳକ ପଦକ୍ଷେପ ନେବାକୁ ଜିଳ୍ଲାପାଳ ମାନଙ୍କୁ ଚିଠିଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

Leave A Reply

Your email address will not be published.