ଆସୁଛି ପୁଣି ବର୍ଷା

ଭୁବନେଶ୍ୱର(ଏଏନଏସ)୧୪/୧୦, ଆସନ୍ତା ୧୭ ତାରିଖରେ ସୃଷ୍ଟିହେବାକୁ ଯାଉଛି ଏକ ଘୂର୍ଣ୍ଣିବଳୟ । ଏହା ୧୯ ତାରିଖ ସୁଦ୍ଧା ଲଘୁଚାପରେ ପରିଣତହୋଇ ୨୨ ତାରିଖରୁ ବର୍ଷା ହେବାର ସମ୍ଭାବାନା ରହିଛି । ୨୨ରୁ ୨୪ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସ୍ୱାଭାବିକଠାରୁ ଅଧିକ ବର୍ଷା ପରେ ମୌସୁମୀ ଫେରିଯିବ । ଓଡ଼ିଶାକୁ ପ୍ରବେଶ କରୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପାଇଁ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ଗତ ଦୁଇ ସପ୍ତାହରେ ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ସପ୍ତାହରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଉପରେ ସମସ୍ତଙ୍କ ନଜର ରହିଛି । IMDର ଆକଳନ ଅନୁସାରେ ଅକ୍ଟୋବରରେ ସିରିଜ୍ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।

Leave A Reply

Your email address will not be published.