You are currently viewing ରାଜ୍ୟରେ ତାତି କମିଲା 

ରାଜ୍ୟରେ ତାତି କମିଲା 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୧/୦୫, ବଦଳିଲା ପାଗର ମିଜାଜ । ସାରା ରାଜ୍ୟରେ ମେଘୁଆ ପାଗ । ଏସବୁ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଲାଗି ରହିଛି ବର୍ଷା । କୋରାପୁଟରେ ମଧ୍ୟ ବର୍ଷା ହେଉଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରାଯାଇଛି । ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଅଧିକ ରହିଛି । ବର୍ଷା ପାଇଁ ଆଜି ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା   ଆଜି ଜିଲ୍ଲାରେ ବର୍ଷା ହେବ । ବର୍ଷା କାରଣରୁ ଆସନ୍ତା ୫ ତାରିଖ ଯାଏଁ ରାଜ୍ୟରେ କମ ଗରମ ଅନୁଭୂତ ହେବ । ତେବେ ୬ ତାରିଖରୁ ପୁଣି ଗରମ ବଢିବ ବୋଲି ଆକଳନ କରାଯାଇଛି । କିନ୍ତୁ ଆସନ୍ତା ୧୨ ତାରିଖରୁ ପୁଣିଥରେ ଗ୍ରୀଷ୍ମପ୍ରବାହରେ ହନ୍ତସନ୍ତ ହେବେ ଲୋକେ ।

ଅନ୍ୟମାନଙ୍କୁ ଜଣାନ୍ତୁ।