ରାସ୍ତା ଉପରେ ଓଲଟିଲା କାର୍‌

ଢେଙ୍କାନାଳ (ଏଏନଏସ)୦୮/୧୦,   ବାଇକ୍‌କୁ ଧକ୍କା ଦେଇ ଏକ କାର୍ ରାସ୍ତା ଉପରେ ଓଲଟି ପଡ଼ିବାରୁ କାର୍ ଡ୍ରାଇଭର ଓ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି।ଆହତମାନେ ହେଲେ ଦିଲ୍ଲୀପ କୁମାର ରାଉତ ଓ ବିଶ୍ଵନାଥ ନାୟକ। ଗୁରୁତର ୨ଜଣଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଦିଲ୍ଲୀପଙ୍କ ଘର ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ବୋତଲଣ୍ଡା ଗାଁରେ ହୋଇଥିବା ବେଳେ ବିଶ୍ଵନାଥଙ୍କ ଘର କଟକ ଜିଲ୍ଲା ଅଢେଇଗୁଣ୍ଡି ବାଗଢା ଗାଁରେ ବୋଲି ଜଣାଯାଇଛି।

Leave A Reply

Your email address will not be published.