You are currently viewing ଚଳଚଞ୍ଚଳ ରଥ ଖଳା, ମା’ ଚର୍ଚ୍ଚିକାଙ୍କ ନିକଟରେ ସିଂଗଡା ବାଡ଼ିଆ କାର୍ଯ୍ୟ ଆରମ୍ଭ

ଚଳଚଞ୍ଚଳ ରଥ ଖଳା, ମା’ ଚର୍ଚ୍ଚିକାଙ୍କ ନିକଟରେ ସିଂଗଡା ବାଡ଼ିଆ କାର୍ଯ୍ୟ ଆରମ୍ଭ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୧୫/୦୫, ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଚଳଚଞ୍ଚଳ ରଥ ଖଳା । ଆଜି ମା’ ଚର୍ଚ୍ଚିକାଙ୍କ ନିକଟରେ ପାରମ୍ପରିକ ପୂଜା ପରେ ଭୋଇ ସେବକ ମାନେ ସିଂଗଡା ବାଡ଼ିଆ କାର୍ଯ୍ୟ ଆରମ୍ଭ କରିଛନ୍ତି । ଆସନ୍ତା ୨୨ ତାରିଖରେ ଶ୍ରୀମନ୍ଦିର ଭଉଁରୀ ପର୍ବରେ ତିନି ରଥର ଦୁଇଟି ଲେଖାଏଁ ଚକ ଓ ଅଖ ଡେରା ନୀତି ରହିଛି । ଏଥିପାଇଁ ଭୋଇ ସେବକ ମାନେ ଚକ ନିର୍ମାଣ ପାଇଁ ଚକ ସହ ଅର ସଂଯୋଗ ବଡ଼ ହାତୁଡି ବାଡେଇ କରୁଛନ୍ତି । ଏହାକୁ ସିଂଗଡା ବଡ଼ିଆ କୁହାଯାଏ । ସେପଟେ ରଥ ଖଳା ରେ ତିନି ରଥର ଗୁଜ ହଣା ଚାଲିଛି ।

ଗୁଜ, କୁଡୁକା, ଜଳ ଯନ୍ତ୍ର ତିଆରି ପାଇଁ ମହାରଣା ସେବକ ମାନେ କାଠ କାଟି ରୂପକାର ସେବକଙ୍କୁ ଯୋଗାଇ ଦେଉଛନ୍ତି । ରୂପକାର ସେବକ ମାନେ ଗୁଜରେ ସିଂହ ବିରାଳ ଖୋଦେଇ କରୁଛନ୍ତି । ଗୁଜ ନିର୍ମାଣ ପରେ ନାଟ ଗୋଡ଼, ସିଂହାସନ, ପଟା ଗୁଜ କାର୍ଯ୍ୟ ହେବ। ପଟା ଗୁଜରେ ସିଂହ ବିରାଳ, ନର ବିରାଳ ଓ ଗଜ ବିରାଳ ଖୋଦେଇ ହେବ । ଶେଷରେ ତିନି ରଥରେ ପ୍ରଭା କାର୍ଯ୍ୟ ହେବ । ତେବେ ଆଗକୁ ଭଉଁରୀ ତିଥି ଥିବା ବେଳେ ଏହାକୁ ଦୃଷ୍ଟିରେ ରଖାଯାଇ ଜୋରଦାର କାର୍ଯ୍ୟ ଚାଲୁ ରହିଛି ।

ଭଉଁରୀ ଦିବସରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ଆସିବା ପରେ ତିନି ରଥ ପାଇଁ ଦୁଇଟି ଲେଖାଏଁ ଚକ ଓ ଅଖ ଡେରା ନୀତି ଅନୁଷ୍ଠିତ ହେବ । ତେବେ ପୁରୀରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଚାଲିଥିବା ଏହାକୁ ଖାତିର ନ କରି ରଥ ନିର୍ମାଣ ରେ ଥିବା ସମ୍ପୃକ୍ତ ସେବକମାନେ ରଥ ନିର୍ମାଣ କାର୍ଯ୍ୟ ବେଶ ଧୃତ ଗତିରେ ଆଗେଇ ନେଉଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।