ଭିଜିଲାନ୍ସ ଜାଲରେ ରାୟଗଡା ଅବକାରୀ ଅଧିକ୍ଷକ

ଭୁବନେଶ୍ୱର(ଏଏନଏସ)୧୪/୦୫, ରାୟଗଡାରୁ ଭୁବନେଶ୍ୱର ଯିବା ସମୟରେ ନଗଦ ୬ ଲକ୍ଷ ଟଙ୍କା ସହ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ରାୟଗଡା ଅବକାରୀ ଅଧିକ୍ଷକ ନିନା ବେଉରା । ଟଙ୍କା ବିଷୟରେ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଗିରଫ କଲା ଭିଳିଲାନ୍ସ । ନିନାଙ୍କ ସ୍ୱାମୀ ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ଦାସ । ଏହାପରେ ତାଙ୍କ ଘର, ଅଫିସ, ମାହାଙ୍ଗା ସ୍ଥିତ ସରକାରୀ କ୍ୱାଟର ଓ ସମ୍ପର୍କୀୟଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ତେବେ ନିନାଙ୍କ ସ୍ୱାମୀ ତଥା ମାହାଙ୍ଗା ଆଇଆଇସିଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.

20 + twenty =