ଭଦ୍ରକ(ଏଏନଏସ)୦୫/୦୪, ଆଜି ଭଦ୍ରକ ଜିଲ୍ଲା ଧାମନଗର ଏନଏସିିର ୬ଟି ବୁଥରେ ପୁନଃ ମତଦାନ ଆରମ୍ଭ । ସକାଳ ୧୦ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମତଦାନ ହେବ । ମାର୍ଚ୍ଚ ୨୪ ତାରିଖ ମତଦାନ ସମୟରେ ହିଂସାକାଣ୍ଡ ଯୋଗୁଁ ଏନଏସି ନିର୍ବାଚନୀ ମତଦାନ ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିଥିଲା । ତେବେ ଆଜିର ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ପାଇଁ ଏସପିଙ୍କ ନେତୃତ୍ୱରେ ଧାମନଗର ସହର ତଥା ବଜାରରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ୧୧ପ୍ଲାଟୁନ ଫୋର୍ସ, ୪ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର, ଏସଆଇ ଓ ଏଏସଆଇ ୨୦ଜଣ ନିୟୋଜିତ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୪ତାରିଖରେ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୪ଟି ଓ୍ୱାର୍ଡ଼ ଅନ୍ତର୍ଗତ ୬ଟି ବୁଥରେ ମତଦାନ ସମୟରେ ହିଂସାକାଣ୍ଡ ହୋଇଥିଲା। କିଛି ଅସାମାଜିକ ବ୍ୟକ୍ତି ବୁଥ ଭିତରେ ପଶି ମାରପିଟ୍ ଓ ଭଙ୍ଗାରୁଜା କରିଥିଲେ । ଯାହାଫଳରେ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୩, ୮, ୯, ୧୬, ୧୭ ଓ ୧୮ ନମ୍ବର ବୁଥରେ ମତଦାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଥିଲା ।
ଜାଣନ୍ତୁ ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରିବାର ଫାଇଦାଭୁଲରେ ବି ମଙ୍ଗଳବାର ଦିନ କରନ୍ତୁ ନାହିଁ ଏହିସବୁ କାମ, ଦେଖାଦେଇପାରେ ସମସ୍ୟାମହିଳାମାନଙ୍କ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର କରେ ଅମୃତଭଣ୍ଡା, ଜାଣନ୍ତୁ କ’ଣ?ମଧୁମେହ ରୋଗୀ କରନ୍ତୁ ଏହି ଚା’ର ସେବନଉଡୁଥିବା ହୋଟେଲANS [email protected]କର୍ଡନରେ ପଶି ରଥ ଛୁଇଁଲେ ମାଳ ମାଳ ଅଣଓଡ଼ିଆ,ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟାଆସୁଛି ଲଘୁଚାପଚଳିତ ଅଧିବବେଶନରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ