ସ୍କୁଲରେ ପାଠପଢ଼ାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ରାଜ୍ୟରେ ୮ତାରିଖରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହେବାପରେ ଏବେ ପାଠ ପଢ଼ାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେ କହିଛନ୍ତି, ୩୦ପ୍ରତିଶତ ସିଲାବସ୍‌ କମ୍‌ କରାଯାଇଛି । ଆଉ ଏ ଦିଗରେ କୌଣସି ନିଷ୍ପତ୍ତି ନିଆଯିବ ନାହିଁ । ଗୋଟିଏ କ୍ଲାସ ରୁମରେ ସମୁଦାୟ ୨୦ ରୁ ୨୫ ଜଣ ପିଲା ବସି ପାଠ ପଢ଼ିବାର ବ୍ୟବସ୍ଥା ରହିଛି । ଯଦି ପିଲା ସଂଖ୍ୟା ବଢେ଼ ତେବେ ସେକ୍ସନ ସଂଖ୍ୟା ମଧ୍ୟ ବଢ଼ାଯିବ । ସ୍କୁଲ ପରିସରକୁ ବାରମ୍ବାର ସାନିଟାଇଜ କରାଯିବ । ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ ରହିବ ।

Leave A Reply

Your email address will not be published.