ଜେଲ ଗଲେ ପାଠକଙ୍କ ପୁଅ ଆକାଶ

ଭୁବନେଶ୍ୱର, ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଆକାଶ ପାଠକଙ୍କ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି । କିଛିଦିନ ପୂର୍ବରୁ କମିଶନରେଟ ପୋଲିସ ଅଧିକ ତଦନ୍ତ ପାଇଁ ତାଙ୍କୁ ୪ଦିନିଆ ରିମାଣ୍ଡରେ ନେଇଥିଲା । ଆଜି ଅବଧି ଶେଷ ହେବାପରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି । ସୂଚନା ଥାଉକି, ଆକାଶ ପାଠକ ଚାକିରୀ କରାଇଦେବା ନାଁରେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରିଥିଲେ । ତା ସହିତ ନିଜକୁ ଟାଟା ମୋଟର୍ସର ଏମଡି କହି, ସ୍କାଏକିଙ୍ଗ ଟ୍ରାଭେଲ ଏଜେନ୍ସିରୁ ଚାର୍ଟର ବିମାନ ବୁକିଂ କରୁଥିଲେ । କିନ୍ତୁ ସମ୍ପୂର୍ଣ୍ଣ ଭଡ଼ା ରାଶି ଦେଉନଥିଲେ । ଏ ମାମଲାରେ ସ୍କାଏକିଙ୍ଗ ତରଫରୁ ଅଭିଯୋଗ ହୋଇଥିଲା । ତେବେ ଜେରା ସମୟରେ ପୋଲିସ ସମ୍ମୁଖରେ କିଛି ସତ ସ୍ୱୀକାର କରିନଥିବା ପ୍ରତିକ୍ରିୟା ରଖିଛନ୍ତି ଆକାଶ ।

Leave A Reply

Your email address will not be published.