You are currently viewing ସତରେ ସରୋଜ ଅଭିଯୁକ୍ତ!

ସତରେ ସରୋଜ ଅଭିଯୁକ୍ତ!

  • Post category:ଓଡିଶା
  • Reading time:1 mins read

ମଙ୍ଗଳବାର ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏକ ସାମ୍ବାଦିକ ସମ୍ମିଳନୀ କରି ପରୀ ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛନ୍ତି । ତାଙ୍କ କହିବା କଥା ପରୀ ଉକ୍ତ ଦିନ ଜାମୁକୋଳି ଖାଇବାକୁ ଯାଇଥିବା ବେଳେ ସରୋଜ ତାକୁ ଏକୁଟିଆ ପାଇଁ ତା ସହ ଦଷ୍କର୍ମର୍ ଉଦ୍ୟମ କରିଥିଲା । ଏକଥା ବାହାରେ ପ୍ରଚାର ହୋଇଯିବା ଭୟରେ ତାର ତଂଟି ଚିପି ହତ୍ୟା କରିବା କଥା ଶ୍ରୀ ବୋଥ୍ରା କହିଛନ୍ତି । ଏପରିକି ପରୀ ସହ ମୃତ୍ୟୁପରେ ମଧ୍ୟ ସରୋଜ ଦୁଷ୍କର୍ମ କରିଥିବା କଥା ସେ କହିଛନ୍ତି । ଏ ସମଗ୍ର ଘଟଣାରେ କୌଣସି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନଥିବାରୁ ପାରିପ୍ୱାର୍ଶକ ସାକ୍ଷ୍ୟ ପ୍ରମାଣ ଆଧାରରେ ତାକୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି ।

ତେବେ ଏହାକୁ ନେଇ କିପରି ଏବଂ କାହିଁକି ସରୋଜ ସନ୍ଦେହ ମଧ୍ୟକୁ ଆସିଲା ଗଣମାଧ୍ୟମ ପଚାରିବାରୁ ଶ୍ରୀ ବୋଥ୍ରା କହିଥିଲେ ସରୋଜ ଏବେ ନୁହେଂ ଗତ ୪ ମାସ ଧରି ଜିଲ୍ଲା ପୋଲିସର ସ୍କାନରରେ ଥିଲା । ଏକାଧିକ ବାର ତାକୁ ପୋଲିସ ଡକାଇ ପଚାରିଥିଲା । ସରୋଜର ହାବଭାବକୁ ନେଇ ପୋଲିସ ମଧ୍ୟ ସନ୍ଦେହ କରୁଥିଲା । ଯେହେତୁ ଉପଯୁକ୍ତ ତଥ୍ୟ ପ୍ରମାଣ ଯୋଗାଡ ହୋଇନଥିଲା ସେଥିପାଇଁ ତାକୁ ଗିରଫ କରାଯାଇ ନଥିଲା । ଏସଆଇଟି ତଦନ୍ତ ଆରମ୍ଭ ହେବାପରେ ଯଦୁପୁର ଗାଁର ପ୍ରତ୍ୟକ ଲୋକଙ୍କ ପ୍ରୋଫାଇଲ ଚେକ୍ କରାଯିବା ସହ ଘଟଣା ଘଟିଥିବା ଦିନ କେଉଁ ପୁରୁଷ ବ୍ୟକ୍ତି ସେଦିନ ଘରେ ଉପସ୍ଥିତ ଥିଲେ ତାହାର ଛାନଭିନ୍ କରିଥିଲା । ଶେଷରେ ଜାଣିବାକୁ ପାଇଥିଲା ସରୋଜ ସେଦିନ ଏକୁଟିଆ ଘରେ ଥିବା ବେଳେ ଏଭଳି ଜଘନ୍ୟ କାର୍ଯ୍ୟ କରିଛି । ତାର ମୋବାଇଲ ଲୋକେସନ ମଧ୍ୟ ସମାନ କଥା କହୁଛି । ସବୁଠାରୁ ବଡକଥା ହେଲା ଘଟଣା ଘଟିବାର ପୂର୍ବଦିନ ରାତିରେ ସରୋଜ ନିଜ ମୋବାଇଲ ଯୋଗେ ଅଶ୍ଳିଳ ଭିଡିଓ ଦେଖିଛି ଯାହା ତାର ମୋବାଇଲ ଜବତ କରାଯିବା ପରେ ଜଣାପଡିଥିଲା । ଶିଶୁଙ୍କୁ କିପରି ଦୁଷ୍କର୍ମ ଏବଂ ହତ୍ୟା କରାଯାଏ ସେ ସମପର୍କିତ ଭିଡିଏଓ ଦେଖିôଥିବାର ମଧ୍ୟ ପ୍ରମାଣ ଲାଗିଛି ଏସଆଇଟି ହାତରେ । ସରୋଜ ଦୁଇଜଣଙ୍କ ନିକଟରେ ଏ ସମସ୍ତ ଘଟନା ସମ୍ପର୍କରେ ସ୍ୱିକାର କରିଥିବାର କଥା ଶ୍ରୀ ବୋଥ୍ରା ସାମ୍ବାଦିକ ସମ୍‌ମିଳନୀରେ କହିଛନ୍ତି । ପଲିଗ୍ରାଫ ଟେଷ୍ଟରେ ସରୋଜର ସବୁ ମିଛ ଧରା ପଡିଯାଇଥିଲା ଯାହାକୁ ସେ ପ୍ରଥମରୁ ଆଭୋୟଡ୍ କରୁଥିଲା । ଏହାବାଦ୍ ତାର କହିବାନୁସାରେ ପରୀ ପିନ୍ଧିଥିବା ଲେଗିନ୍ସକୁ ପୋଲିସ ସରୋଜର ଘର ପଛପଟ ପୋଖରୀରୁ ଉଦ୍ଧାର କରିଛି । ଏ ସମସ୍ତ କଥାକୁ ବିଚାରକରି ଏସଆଇଟି ସରୋଜ ମୁଖ୍ୟ ଅଭିଯୁକ୍ତ ଭାବେ ବିଚାର କରି ଗିରଫ କରିଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ସରୋଜ ପ୍ରକୃତରେ ଅଭିଯୁକ୍ତ? ଯଦି ସେ ପ୍ରକୃତରେ ହତ୍ୟାକରୀ ତାହେଲେ ୪ ମାସ ମଧ୍ୟରେ ପୋଲିସ ଜାଣିପାରିଲା ନାହିଁ କେମିତି? ସରୋଜ ଏତେ ସ୍ୱାବାବିକ ଭାବରେ ପରୀର ବାପା ମାଙ୍କ ସହ ମିଶି ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସମ୍ମୁଖରେ ପ୍ରତିକ୍ରିୟା ରଖିପାରୁଥିଲା କେମିତି? ୪ ମାସପରେ ପରୀର ଫର୍କରେ ସରୋଜର ସିମେନ୍ସ ଲାଗିଥିବା କଥା କିପରି ଏସଆଇଟି ଜାଣିଲା? ତଦନ୍ତ ସମୟରେ ଡଗ୍ ସ୍କ୍ୱାଡ କେମିତି ମୃତଦେହ ଲୁଚା ଯାଇଥିବା ଯାଗାରେ ପହଁଚି ପାରିଲା ନାହିଁ? ୧୫ ଦିନପରେ ପରୀର କେତେଖଣ୍ଡ ହାଡ ମିଳିଲା ଅଥଚ ଶରୀରର ଅନ୍ୟ ଅଙ୍ଗ ସବୁ ଗଲା କୁଆଡେ? ଏତେଦିନ ଧରି ମୃତଦେହ ବାଡି ପଛ ପଟରେ ରହିଲା କାହାକୁ ଦୁର୍ଗନ୍ଧ ହେଲାନାହିଂ କେମିତି? ପରୀ ଶରୀର ସହ କେମିକାଲ୍ସ ମିଶା ଯାଇଥିଲା ନାଁ ନାହିଁ?

ଏ ସମସ୍ତ କଥା ସମ୍ପୂର୍ଣ୍ଣ ଘଟଣାକୁ ଅଧିକ ବିବାଦୀୟ ଆଉ ଜଟିଳ କରିଦେଇଛି । ରାଜ୍ୟବ୍ୟାପି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରୁଛି ପ୍ରକୃତରେ ସରୋଜ ଅଭିଯୁକ୍ତ ନାଁ ଆଉ କାହାକୁ ବଁଚାଇବାକୁ ଯାଇ ସରୋଜକୁ ମୋହରା ବନାଯାଇଛି? ସବୁଠାରୁ ଆଶ୍ଚର୍ଯ୍ୟର କଥାହେଲା ପରୀର ବାପା ମା ଏ ଘଟଣାରେ ସରୋଜକୁ ଅଭିଯୁକ୍ତ ଭାବରେ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି । ଏହା ଏକ ଅଙ୍ଗ ଚାଲାଣକାରୀ ଷଢଯନ୍ତ୍ର ଯହା କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଲୋକ ବାବୁଲି ନାୟକର ପ୍ରରୋଚନାରେ ହୋଇଛି । ପୋଲିସ ସ୍କାନରରେ ଯଦି ସରୋଜ ଥିଲା ଏବଂ ତାକୁ ୪ମାସ ପରେ ଗିରଫ କରିପାରୁଛି ତାହାହେଲେ ସେମାନଙ୍କ କହିବାନୁସାରେ ବାବୁଲି ନାୟକ ଏ ଘଟଣାର ମୁଖ୍ୟ ଅଭିଯୁକ୍ତ ଅଥଚ ପୋଲିସ ବାବୁଲି ନାୟକ ପାଖରେ ପହଁଚି ପାରୁନାହିଁ କାହିଁକି? ଏ ଘଟଣାକୁ ନେଇ ରାଜନୀତି ମଧ୍ୟ ତିବ୍ର ହେବାରେ ଲାଗିଛି । ବିଜେଡି ଏବଂ କଂଗ୍ରେସ ଏହି ଘଟଣାରେ ରାଜ୍ୟବ୍ୟାପି ଆନ୍ଦୋଳନ ଜାରୀ ରଖିଛନ୍ତି । ବିଜେପି ପରୀ ରଥ ବୁଲାଇବା ସହ ୨୪ ତାରିଖରେ ଯଦୁପୁରରେ ପଦଯାତ୍ରା ପହଁଚିବା ପାଇଁ ଯୋଜନା କରିଛି । ବିଜେପିର ଏଭଳି ଆଭିମୂଖ୍ୟକୁ ବିଜେଡି ସମାଲୋଚନା କରିବା ସହ ବିଜେପି ହୀନ ରାଜନୀତି କରୁଛି ବୋଲି କହିଛି । ଆଉ ଏକ ଦିଗକୁ ବିଚାରକଲେ ଜଣାଯାଏ ବୋଧହୁଏ ଏ ହେଉଛି ରାଜ୍ୟର ପ୍ରଥମ ଘଟଣା ଯେଉଁଥିରେ ଗୋଟିଏ ତଦନ୍ତକାରୀ ସଂସ୍ଥାର ମୂଖ୍ୟଙ୍କ ବିରୋଧରେ ଅର୍ଥ ଜାଚିବା ପରି ସଙ୍ଗୀନ ଅଭିଯୋଗ ଆସିଛି । ଏକଥା ମଧ୍ୟ ଚର୍ଚ୍ଚା ହେଉଛି ଜଣେ ଅରୁଣଙ୍କୁ ବଁଚାଇବାକୁ ଯାଇ ଆଉଜଣେ ଅରୁଣ ମିଛ ନାଟକ ରଚନା କରିଛନ୍ତି । ପରୀର ବାପା ମା ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି । ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି । ସମୟ କହିବ ଏ ତଦନ୍ତର ଦିଗ ଆଗକୁ କେଉଁ ମୋଡ ନେଉଛି ହେଲେ ଗୋଟିଏ କଥା ସତ ଏବେବି ରାଜ୍ୟବାସୀ ପରୀ ହତ୍ୟାକାଣ୍ଡର ମୂଖ୍ୟ ଅଭିଯୁକ୍ତ କିଏ ତାହାକୁ ନେଇ ସନ୍ଦେହରେ ଅଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।