ଏଏନଏସ : ଆଜିଠୁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ। ସମସ୍ତ ଜିଲ୍ଲାକୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପର୍ୟ୍ୟାପ୍ତ ପରିମାଣର ‘ସୁଭଦ୍ରା’ ଯୋଜନା ଆବେଦନ ଫର୍ମ ପଠାଯାଇଛି । ଆବେଦନ କରିବା ପାଇଁ କୌଣସି ଦେୟ କରିବାକୁ ପଡିବନାହିଁ। ଏହା ସମ୍ପୂର୍ଣ୍ଣ ମାଗଣାରେ କରାଯିବ। ଏଥିସହ ଆଜିଠୁ ଆବେଦନ ପକ୍ରିୟା ଆରମ୍ଭ ହେବ।
ସୂଚନା ମୁତାବକ, ସମସ୍ତ ଜିଲ୍ଲାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍ କାର୍ୟ୍ୟାଳୟ, ପୌରାଞ୍ଚଳ କାର୍ୟ୍ୟାଳୟ, ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ ଏହି ଆବେଦନ ଫର୍ମ ପର୍ୟ୍ୟାପ୍ତ ପରିମାଣରେ ମିଳିବ । ଆବେଦନକାରୀମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ସାଧାରଣ ସେବା କେନ୍ଦ୍ରରେ ଦାଖଲ କରିପାରିବେ ।