You are currently viewing ହବିଷ୍ୟାଳୀ ଯୋଜନାରେ ଆଜିଠୁ ନାମ ପଞ୍ଜୀକରଣ

ହବିଷ୍ୟାଳୀ ଯୋଜନାରେ ଆଜିଠୁ ନାମ ପଞ୍ଜୀକରଣ

ପୁରୀ (ଏଏନ୍ଏସ୍): ହବିଷ୍ୟାଳୀ ଯୋଜନାରେ ଆଜିଠାରୁ ନାମ ପଞ୍ଜୀକରଣ ଆରମ୍ଭ ହୋଇଛି। ଆଗ୍ରହୀ ମା’ମାନେ ଅକ୍ଟୋବର ୩ରୁ ୨୦ ତାରିଖ ମଧ୍ୟରେ ଅନଲାଇନରେ https://edistrict.odisha.gov.in‌ରେ ନିଜର ନାମ ପଞ୍ଜୀକରଣ କରିପାରିବେ। ଏଥି ସହ ଯଦି କେହି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଅଫ୍‌ଲାଇନରେ ଆବେଦନ ଦିଅନ୍ତି, କାର୍ୟ୍ୟାଳୟ ପକ୍ଷରୁ ଏହାକୁ ଅନ୍‌ଲାଇନରେ ଆବେଦନ ବ୍ୟବସ୍ଥା କରାଯିବ।

ସୂଚନାଯୋଗ୍ୟ, କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ପାଖରେ ରହି ହବିଷ କରିବାକୁ ବ୍ରତଧାରୀମାନେ ପୁରୀ ଆସିଥାନ୍ତି। ମାତ୍ର ଅନେକ ହବିଷ୍ୟାଳୀ ଶ୍ରୀକ୍ଷେତ୍ରରେ ରହି ବ୍ରତ ପାଳିବାକୁ ଚାହୁଁଥିଲେ ହେଁ ଆର୍ଥିକ ସ୍ଥିତି ସେମାନଙ୍କୁ ପଛକୁ ଟାଣିଥାଏ। ଏହାକୁ ନଜରରେ ରଖି ରାଜ୍ୟ ସରକାର କିଛି ବର୍ଷ ହେବ ଏହ ‘ହବିଷ୍ୟାଳୀ ଯୋଜନା’ କାର୍ୟ୍ୟକାରୀ କରୁଛନ୍ତି। ଏହି ଯୋଜନା ମାଧ୍ୟମରେ ବ୍ରତଧାରୀଙ୍କ ରହିବା, ମହାପ୍ରଭୁଙ୍କ ଦର୍ଶନ, ପୂଜାର୍ଚ୍ଚନା, ମହାପ୍ରସାଦ ସେବନ ଇତ୍ୟାଦିର ବନ୍ଦୋବସ୍ତ କରୁଛନ୍ତି ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ।

ଅନ୍ୟମାନଙ୍କୁ ଜଣାନ୍ତୁ।