You are currently viewing ଯୁବକଙ୍କ ଶବ ଉଦ୍ଧାର : ହତ୍ୟା ସନ୍ଦେହ

ଯୁବକଙ୍କ ଶବ ଉଦ୍ଧାର : ହତ୍ୟା ସନ୍ଦେହ

ନୟାଗଡ଼, (ପ୍ରତାପ କୁମାର ମାନସିଂହ); ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଦର୍ପଣରାୟଣପୁର ନିକଟସ୍ଥ ଗୁଣ୍ଡୁରିବାଡି କାଳିଆଶଣ୍ଢ ଠାକୁରାଣୀ ମନ୍ଦିର ପାଖ ବନ୍ଧ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି । ଜଣେ ଅଜଣା ଯୁବକଙ୍କ ଆଧା ଜଳା ମୃତ ଦେହ ଦେଖାଯାଇଛି।

ଯୁବକଙ୍କ ମୁହଁରେ ଓ ଯୌନାଙ୍ଗରେ ଏମିଡି ପକାଇଥିବାରୁ ଯୁବକଙ୍କୁ ଚିହ୍ନିବା ଅସମ୍ଭବ ହୋଇଛି । ରଣପୁର IIC ଜ୍ୟୋତି ପ୍ରକାଶ ପଣ୍ଡା ଓ ଦର୍ପଣରାୟଣପୁର ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଧାର କରିବା ସହିତ କିଛି ପରିଚୟ ପତ୍ର ଜବତ କରିଛନ୍ତି । ପରିଚୟ ପତ୍ରରୁ ଜଣା ପଡିଛି ଯୁବକ ଜଣଙ୍କ ନୟାଗଡ଼ ଭୂତଡି ଗ୍ରାମର ବଳଭଦ୍ର ବଳିଆରସଂହ, ପିତା ଚକ୍ରଧର ପ୍ରଧାନ। ପୋଲିସ ଯୁବକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଜାରି ରଖିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।