You are currently viewing ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କୁଟିକୁ ଧକ୍କାଦେଲା ଟ୍ରକ, ମା’ ପୁଅ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କୁଟିକୁ ଧକ୍କାଦେଲା ଟ୍ରକ, ମା’ ପୁଅ ମୃତ

  • Post category:ଓଡିଶା
  • Reading time:1 mins read

ବାଲେଶ୍ୱର, ବାଲେଶ୍ୱର ଜିଲ୍ଲାର ୧୬ନଂ ଜାତୀୟ ରାଜପଥରେ ଓଳିଆ ପାଟଣା ନିକଟରେ ସକାଳ ୯ଟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଏକ ସ୍କୁଟିରେ ମା’, ପୁଅ ଓ ପୁତୁରା ସୋରରୁ ବାଲେଶ୍ଵର ଆସୁଥିଲେ । ରାସ୍ତାରେ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ମା’ ପୁଅ ପ୍ରାଣ ହରାଇଥିଲେ । କିନ୍ତୁ ସୌଭାଗ୍ୟବସତ୍ୟ ପୁତୁରା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।