You are currently viewing ସପ୍ତାହକ ସବୁଦିନ ଚାଲିବ ରାଉରକେଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ

ସପ୍ତାହକ ସବୁଦିନ ଚାଲିବ ରାଉରକେଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ଏଣିକି ସବୁଦିନ ଚାଲିବ ରାଉରକେଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ।  ନଭେମ୍ବର ୭ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ବତନ୍ତ୍ର ଟ୍ରେନ୍‌(୦୨୮୬୧/୦୨୮୬୨) ସପ୍ତାହକୁ ୫ ଦିନ ପରିବର୍ତ୍ତେ ସବୁ ଦିନ ଚଳାଚଳ କରିବ। ରାଉରକେଲାରୁ ସକାଳ ୫ଟା ୧୦ରେ ଛାଡ଼ି ଭୁବନେଶ୍ୱରରେ ଅପରାହ୍ନ ୧୨ଟା ୩୦ରେ ପହଞ୍ଚିବ। ଫେରିବା ପଥରେ ଭୁବନେଶ୍ୱର-ରାଉରକେଲା ଟ୍ରେନ୍‌ (୦୨୮୬୨) ଭୁବନେଶ୍ୱରରୁ ଅପରାହ୍‌ଣ ୨ଟା ୧୦ରେ ଛାଡ଼ି ରାଉରକେଲାରେ ରାତି ୯ଟା ୪୦ରେ ପହଞ୍ଚିବ।

ଅନ୍ୟମାନଙ୍କୁ ଜଣାନ୍ତୁ।