ଏଏନଏସ: ବିଜେପି ଛାଡିଲେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ । ଆଜି ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ସେୟାର କରିବା ସହ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇଛନ୍ତି ସାଂସଦ ନୀତେଶ ଗଙ୍ଗଦେବ। ସେ ଅସୁସ୍ଥ ଥିବା କାରଣରୁ ଇସ୍ତଫା ଦେଇଛନ୍ତି ବୋଲି ସୂଚନା ଦେଇଛନ୍ତି ।
ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର କରି ନୀତେଶ ଗଙ୍ଗଦେବ ଲେଖିଛନ୍ତି, “ମୋର ଅସୁସ୍ଥତା କାରଣରୁ ମୁଁ କିଛି ଦିନ ପାଇଁ ରାଜନୈତିକ କାର୍ଯ୍ୟକଳାପରୁ ବିରତି ନେଇ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଉଛି । ଆପଣ ଆମର ବାମଣ୍ଡା ରାଜ ପରିବାରର ରାଣୀ ଓ ମୋର ଧର୍ମପତ୍ନୀ ଅରୁନ୍ଧତୀ କୁମାରୀ ଦେବୀଙ୍କୁ ସହଯୋଗ ଓ ଆଶୀର୍ବାଦ ଦେବ ବୋଲି ଆଶା ଏବଂ କାମନା କରୁଛି ।”