sameer

ଟିକେଟ୍ କାଟିବା ପରେ ସମୀରଙ୍କୁ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ, ଅରୁନ୍ଧତୀ ଦେବୀ ହେଲେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା 

ଏଏନଏସ: ଟିକେଟ୍ କାଟିବା ପରେ ନିମାପଡ଼ା ବିଜେଡି ବିଧାୟକ ସମୀର ଦାଶଙ୍କୁ ସନ୍ତୁଷ୍ଟ କଲା ଦଳ । ୨୦୨୪ ନିର୍ବାଚନ ପାଇଁ ଢେଙ୍କାନାଳ ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିମାପଡ଼ା ଟିକେଟ୍ କଟିବା ପରେ ସମୀର ବାରମ୍ବାର ନିଜର ଶକ୍ତି ପ୍ରଦର୍ଶନ କରି ଦଳକୁ ନିଷ୍ପତ୍ତି ବଦଳାଇବାକୁ ଚେଷ୍ଟା କରୁଥିଲେ ବି ଦଳ ତାଙ୍କୁ ଟିକେଟ୍ ଦେଇନାହିଁ । ପ୍ରତିବଦଳରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ଦଳ। ୨୪ ନିର୍ବାଚନରେ କିଭଳି ଢେଙ୍କାନାଳରେ ବିଜେଡି ବହୁମତରେ ବିଜୟ ହେବ ସେନେଇ ସମୀରଙ୍କୁ ଭରସା କରିଛନ୍ତି ନବୀନ ପଟ୍ଟନାୟକ ।

arundhatiଅନ୍ୟପଟେ ଦେବଗଡ଼ର ରାଣୀ ଅରୁନ୍ଧତୀ କୁମାରୀ ଦେବୀଙ୍କୁ ମଧ୍ୟ ନୂଆ ଦାୟିତ୍ୱ ଦେଇଛି ବିଜେଡି । ଦେବଗଡ଼ ଆସନରେ ଦଳ ତାଙ୍କଠୁ ଟିକେଟ୍ ଫେରାଇଆଣିବା ପରେ ଏବେ ତାଙ୍କୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ନିକଟରେ ବିଜେଡିରେ ସାମିଲ ହୋଇଥିବା ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀଙ୍କୁ ଦେବଗଡ଼ ପାଇଁ ଟିକେଟ୍ ଦେବା ପରେ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା ବିଜେଡି। ତାଙ୍କଠାରୁ ଦଳ ଟିକେଟ ଫେରାଇ ଆଣିବା ପରେ ତାଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଟିକେଟ୍ ଦେଇଛି ଦଳ ।

ଅନ୍ୟମାନଙ୍କୁ ଜଣାନ୍ତୁ।