ପୁରୀ(ଅନନ୍ତ ସିଂ ), ମହାମାରୀ କରୋନା ପୁଣି କାୟା ବିସ୍ତାର କଲାଣି । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିସରକୁ ସାଇଟାଇଜ କରାଯିବ । ଏନେଇ ଆସନ୍ତା 4ତାରିଖରୁ ପ୍ରତ୍ୟେକ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର ।

କରୋନା ସଂକ୍ରମଣ ବୃଦ୍ଧି ହେଉଥିବାରୁ ସଂକ୍ରମଣ ଯେପରି ଅଧିକ ନ ବଢେ ତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସକ କିଷନ କୁମାର ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ଛତିଶା ନିଯୋଗରେ ସାନିଟାଇଜେସନ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା ।