ଭଦ୍ରକ(ଏଏନଏସ) ୧୫/୦୫, ନବ ନିର୍ବାଚିତ ସରପଞ୍ଚଙ୍କୁ ସହଯୋଗ ନକରିବା ସହ ଦୁର୍ନୀତିରେ ସମ୍ପୃକ୍ତି ଥିବାରୁ ଜିଆରଏସଙ୍କୁ ବଦଳି ପାଇଁ ଚିଠି ଲେଖିଥିଲେ ସରପଞ୍ଚ । ଏହି ଘଟଣାକୁ ନେଇ ଆକ୍ରୋଶ କରି ପଞ୍ଚାୟତର ଜିଆରଏସ ଜଣକ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଏତଲା ଦିଆଯାଇଛି ।ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହି ନିର୍ମାଣ କାମ ନିମ୍ନମାନର ନେଇ ପୋଷ୍ଟିଂ ହେବା ପରେ ବିଵାଦ ତେଜିଥିଲି ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ଭଦ୍ରକ ଗ୍ରାମାଞ୍ଚଳ ଅଧିନସ୍ଥ ବାଣୀତିଆ ପଞ୍ଚାୟତର ସରପଞ୍ଚ ଦାମୋଦର ମହଲାଙ୍କୁ ଜିଆରଏସ ଭାଗିରଥି ପ୍ରଧାନ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି । ବାଣୀତିଆ ପଞ୍ଚାୟତରେ ହେଉଥିବା ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହୋଇଥିବା ନେଇ ବିବାଦ ଆରମ୍ଭ ହୋଇଥିଲା। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହି ନିର୍ମାଣ କାମ ନିମ୍ନମାନର ନେଇ ପୋଷ୍ଟିଂ ହେବା ପରେ ବିଵାଦ ତେଜିଥିଲି ବୋଲି ସୂଚନା ମିଳିଛି । ପରେ ଏହି ବିବାଦ ଥାନା ପର୍ଯ୍ୟନ୍ତ ଯାଇଥିଲା । ତେବେ ଘଟଣାରେ ବୁଝା ସୁଝାକୁ ନେଇ ଥାନାକୁ ଆସୁଥିବା ବେଳେ ସରପଞ୍ଚ ଦାମୋଦର ମହଲାଙ୍କୁ ମଝି ବାଟରେ ଜିଆରଏସ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଛନ୍ତି ଖୋଦ ସରପଞ୍ଚ । ତେବେ ଜିଆରଏସ ପଞ୍ଚାୟତର ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବାରୁ ତାଙ୍କ ବଦଳି ପାଇଁ ସରପଞ୍ଚ ସୁପାରିଶ କରିଥିବାରୁ ତାଙ୍କୁ ଆକ୍ରମଣ ହୋଇଥିବା କହିଛନ୍ତି ସରପଞ୍ଚ । ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ଗ୍ରାମାଞ୍ଚଳ ପୋଲିସ। ଅନ୍ୟପଟେ ଗ୍ରାମବାସୀମାନେ ଏହି ଘଟଣାର ଶୀଘ୍ର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି
ଜାଣନ୍ତୁ ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରିବାର ଫାଇଦାଭୁଲରେ ବି ମଙ୍ଗଳବାର ଦିନ କରନ୍ତୁ ନାହିଁ ଏହିସବୁ କାମ, ଦେଖାଦେଇପାରେ ସମସ୍ୟାମହିଳାମାନଙ୍କ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର କରେ ଅମୃତଭଣ୍ଡା, ଜାଣନ୍ତୁ କ’ଣ?ମଧୁମେହ ରୋଗୀ କରନ୍ତୁ ଏହି ଚା’ର ସେବନଉଡୁଥିବା ହୋଟେଲANS [email protected]କର୍ଡନରେ ପଶି ରଥ ଛୁଇଁଲେ ମାଳ ମାଳ ଅଣଓଡ଼ିଆ,ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟାଆସୁଛି ଲଘୁଚାପଚଳିତ ଅଧିବବେଶନରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ