You are currently viewing ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସୈତାନ ସ୍ୱାମୀ

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସୈତାନ ସ୍ୱାମୀ

  • Post category:ଓଡିଶା
  • Reading time:1 mins read

କୋରାପୁଟ(ଏଏନଏସ)୨୭/୦୧, କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲି ଗୁମା ପଞ୍ଚାୟତ ଅଧିନସ୍ଥ ଡକ୍ରି ବେଡା ଗାଁରେ ଘଟିଛି ଏକ ଅଘଟଣ । ସ୍ତ୍ରୀକୁ ବିଭତ୍ସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ୱାମୀ । ମୃତ ମହିଳା ଜଣକ ହେଲେ ମମିତା ମୁଦୁଲି ଓ ଅଭିଯୁକ୍ତ ସ୍ବାମୀ ହେଲା ଅଜୟ ମୁଦୁଲି । ବର୍ଷକ ପୂର୍ବେ କରିଥିଲା ପ୍ରେମ ବିବାହ । ହେଲେ ବିବାହ ପରେ ସାମାନ୍ୟ ଘଟଣାରେ କଥା କଟାକଟି ହୋଇ ଏଭଳି ଏକ ଛାତି ଥରା କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ବିଲରେ କାମ କରି ଘରକୁ ଫେରୁଥିବା ବେଳେ କୈାଣସି କଥାକୁ ନେଇ ସ୍ବାମୀ ସ୍ତ୍ରୀ ମଧ୍ୟରେ ବଚସା ହୋଇ ଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଧରିଥିବା ଟାଙ୍ଗିଆ ରେ ଆକ୍ରମଣ କରିଥିଲା ଅଭିଯୁକ୍ତ ସ୍ବାମୀ । ଅତ୍ୟଧିକ ରକ୍ତସ୍ରାବ ପରେ ଘଟଣା ସ୍ଥଳରେ ହିଁ ଛଟପଟ ହୋଇ ଜୀବନ ହାରିଥିଲା ସ୍ତ୍ରୀ । ଖବର ପାଇ ମୁରାନ ଫାଣ୍ଡି ଓ ଦଶମନ୍ତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଠାରୁ ଆକ୍ରମଣ କରିଥିବା ଟାଙ୍ଗିଆ ଜବତ କରିବା ସହ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ମୁରାନ ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି । ଅଧିକ ତଦନ୍ତ ପାଇଁ କୋରାପୁଟର ଏକ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଶବକୁ ଜବତ କରିଛି ଦଶମନ୍ତପୁର ଥାନା ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।