ଏଏନଏସ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି | ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦର ପୂର୍ବତନ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ଘଷିପୁରା ଆସନରୁ ବିଧାନସଭା ପାଇଁ ପ୍ରାର୍ଥୀ ହେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି | ଆଜି ଘଟଗାଁରେ ମା’ ତାରିଣୀଙ୍କ ଦର୍ଶନ ସାରି ଗଣମାଧ୍ୟମକୁ ଏପରି ମନ୍ତବ୍ୟ ଦେଇଛନ୍ତି ସୌମ୍ୟ | ସେ କହିଛନ୍ତି, ମୁଁ ବିଜେଡି ରୁ ବହିସ୍କୃତ ହେବା ପରେ ଏବେ କୌଣସି ଦଳରେ ନାହିଁ| ଭାରତୀୟ ଜନତା ପାର୍ଟି ତରଫରୁ ତାଙ୍କ ଦଳରେ ଯୋଗ ଦେଇ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବା ପାଇଁ ଦେଇଥିବା ପ୍ରସ୍ତାବକୁ ମୁଁ ଗ୍ରହଣ କରିଛି | ସୂଚନାଯୋଗ୍ୟ ନୟାଗଡ ଜିଲ୍ଲା ଖଣ୍ଡପଡା ନିର୍ବାଚନ ମଣ୍ଡଳୀରେ ବିଜେଡି କିମ୍ବା ବିଜେପି ସେମାନଙ୍କର ପ୍ରାର୍ଥୀ ଏପର୍ଯ୍ୟନ୍ତ ଘୋଷଣା କରିନାହାଁନ୍ତି |