You are currently viewing ଆଜିଠାରୁ ଖୋଲିଲା ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା

ଆଜିଠାରୁ ଖୋଲିଲା ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ଦୀର୍ଘ ୧୦ ମାସ ପରେ ଆଜିଠାରୁ ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଛି ସ୍କୁଲ ପରିସରରେ ସାମାଜିକ ଦୂରତା ଓ କୋଭିଡ କଟକଣାକୁ ବେଶ ଗୁରୁତ୍ୱ ଦିଆଯାଇଛି । କୋଭିଡ କଟକଣା ମଧ୍ୟରେ ଆଜିଠାରୁ କ୍ଲାସରୁମ ପାଠପଢ଼ା ଆରମ୍ଭ ହୋଇଯାଇଛି । । ପୂର୍ବ ନିଷ୍ପତ୍ତି ଅନୁସାରେ ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ଯାଏ କ୍ଲାସ ହେବ ଏବଂ ପ୍ରତିଦିନ ୩ ଟି ପରିୟଡ କ୍ଲାସ ହେବ । ତେବେ ରବିବାର କ୍ଲାସ ବନ୍ଦ ରହିବ । ସ୍ଥାନୀୟ ଅଞ୍ଚଳର ପାଣିପାଗକୁ ଦେଖି କ୍ଲାସର ସମୟରେ ପରିବର୍ତ୍ତନ କରାଯାଇପାରେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।