ବଦଳିବ ସ୍କୁଲ ସମୟ

ଭୁବନେଶ୍ବର – ସାରା ରାଜ୍ୟରେ ବଢ଼ୁଛି ଗ୍ରୀଷ୍ମପ୍ରବାହ । ରାଜ୍ୟର କିଛି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି ଏବଂ ରାଜଧାନୀ ଭୁବନେଶ୍ୱରରେ ଗତକାଲି ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏନେଇ ସାରା ରାଜ୍ୟରେ ମାର୍ଚ ୧ରୁ ବଦଳିବ ସ୍କୁଲ ସମୟ । ନବମ ଓ ଏକାଦଶ ପିଲାଙ୍କ ସ୍କୁଲ ସମୟ ସକାଳ ୭ଟାରୁ ୯ଟା ରହିବ , ଦଶମ ଓ ଦ୍ବାଦଶ ପିଲାଙ୍କ ପାଇଁ ସ୍କୁଲ ସମୟ ଦିନ ୯ଟାରୁ ୧ଟା ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଏନେଇ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ। କୋରୋନା ନିୟମାବଳୀ ସହ ସବୁ ସ୍କୁଲରେ ଲାଗୁ ହେବ ଏହି ନିୟମ ଏବଂ ସବୁ ସ୍କୁଲରେ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.