ବିମାନବନ୍ଦରରେ ସ୍କ୍ରିନିଂ ଆରମ୍ଭ

ଭୁବନେଶ୍ୱର, କରୋନାର ଦ୍ୱିତୀୟ ଲହରକୁ ଲକ୍ଷ୍ୟରେ ରଖି ବିଜୁପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ବାହାରୁ ଆସୁଥିବା ଯାତ୍ରୀମାନଙ୍କୁ ସ୍କ୍ରିନିଂ କରାଯାଉଛି । ବଢ଼ୁଥିବା କୋଭିଡ ସଂକ୍ରମଣକୁ ନଜରରେ ରଖି ସତର୍କତା ପଦକ୍ଷେପ ସ୍ୱରୂପ ଏହି ନିଷ୍ପତ୍ତି ନିଆଯାଇଛି । ଗତକାଲିଠାରୁ ଏହି ସ୍କ୍ରିନିଂ ଆରମ୍ଭ ହୋଇଥିବା ଜଣାଯାଇଛି । ଇତି ମଧ୍ୟରେ ବିମାନବନ୍ଦରଠାରେ ବାହାର ରାଜ୍ୟରୁ ଆସିଥିବା ଦୁଇ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.