Tripura

ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ: ତ୍ରିପୁରାରେ ସର୍ବାଧିକ ମତଦାନ 

ଏଏନଏସ: ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ଅପରାହ୍ନ ୩ଟା ସୁଦ୍ଧା ୫୦ ପ୍ରତିଶତ ମତଦାନ ହୋଇଛି। ଏହି ସମୟ ସୁଦ୍ଧା ତ୍ରିପୁରାରେ ସର୍ବାଧିକ ୬୮.୯ ପ୍ରତିଶତ ମତଦାନ ହୋଇଛି। ଏହାପରେ ୬୮.୫ ପ୍ରତିଶତ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ମଣିପୁର ରହିଛି। ଏହାପରେ ଛତିଶଗଡ଼ରେ ୬୩.୯ ପ୍ରତିଶତ ମତଦାନ ପାଇ ୩ୟ ସ୍ଥାନରେ ରହିଛି। ସେହିପରି  ଅପରାହ୍ନ ୩ଟା ସୁଦ୍ଧା ପଶ୍ଚିମବଙ୍ଗ ଓ ଆସାମରେ ୬୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି।

ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ ହେଉଛି। ଏସବୁ ଆସନରେ ମୋଟ ୧୫.୮୮ କୋଟିରୁ ଅଧିକ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ୮.୦୮ କୋଟି ପୁରୁଷ, ୭.୮ କୋଟି ମହିଳା ଓ ୫,୯୨୯ ଜଣ ତୃତୀୟ ଲିଙ୍ଗର ଭୋଟର ରହିଛନ୍ତି। କେରଳର ସମସ୍ତ ୨୦ଟି ଲୋକସଭା ଆସନରେ ନିର୍ବାଚନ ହେଉଛି। କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ଉତ୍ତରପ୍ରଦେଶର ୮, ମହାରାଷ୍ଟ୍ରର ୮, ମଧ୍ୟପ୍ରଦେଶର ୬, ଆସାମର ୫, ବିହାରର ୫, ଛତିଶଗଡ଼ର ୩, ପଶ୍ଚିମବଙ୍ଗର ୩ ଏବଂ ତ୍ରିପୁରା, ମଣିପୁର ଓ ଜମ୍ମୁ-କଶ୍ମୀରର ଗୋଟିଏ ଲେଖାଏଁ ଆସନ ସମେତ ୮୮ଟି ଆସନରେ ମତଦାନ ହେଉଛି।

ଅନ୍ୟମାନଙ୍କୁ ଜଣାନ୍ତୁ।