ବ୍ୟାଗରୁ ମିଳିଲା ୩୦ଲକ୍ଷ, ପଇସା କାହାର ଜଣା ନାହିଁ

ଭୁବନେଶ୍ୱର, ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ୩୦ ଲକ୍ଷ ଟଙ୍କା ସମେତ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି । ତପୋବନ ପେଟ୍ରୋଲ ପମ୍ପ ପାଖରୁ ଧରିଛି ଖଣ୍ଡଗିରି ଥାନା ପୋଲିସ । ପୋଲିସ ଆଜି ସକାଳୁ ଏହି ଟଙ୍କା ଜବତ କରିଥିବା ବେଳେ ଏହି ଘଟଣାରେ ମହାବୀର ପ୍ରସାଦ ଦାସ ନାମକ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ମହାବୀର ପାରଳାଖେମୁଣ୍ଡିରୁ ଭୁବନେଶ୍ୱର ଆସିଥିଲେ । କିନ୍ତୁ ୩୦ ଲକ୍ଷ ଟଙ୍କାର କାଗଜପତ୍ର ଦେଖାଇପାରୁ ନାହାନ୍ତି । ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ ବୋଲି ପଚରାଉଚରା କରୁଛି ପୋଲିସ । ଅନ୍ୟପଟେ ନିଜ ତରଫରୁ ଆଉ ଜଣେ ଯୁବକ ଖଣ୍ଡଗିରି ଥାନାରେ ପହଞ୍ଚି ସମସ୍ତ ଟଙ୍କା ତାଙ୍କର ବୋଲି କହିଛନ୍ତି । ତେବେ ପୋଲିସ ଏବେ ଏ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.