You are currently viewing ଭିଜିଲାନ୍ସ ଜାଲରେ  TPSODLର ସିନିଅର ମ୍ୟାନେଜର

ଭିଜିଲାନ୍ସ ଜାଲରେ TPSODLର ସିନିଅର ମ୍ୟାନେଜର

  • Post category:ଓଡିଶା
  • Reading time:1 mins read

ବ୍ରହ୍ମପୁର(ଏଏନଏସ)୩୧/୦୧, ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର TPSODLରେ ସିନିଅର ଜେନେରାଲ ମ୍ୟାନେଜର ରୂପେ କାର୍ଯ୍ୟରତ ପ୍ରମୋଦ କୁମାର ଚୌଧୁରୀ ଘରେ ଭିଜିଲାନ୍ସ ଚଢାଉ କରିଛି । ଗଞ୍ଜାମ ଓ ପୁରୀ ସମେତ ଏକକାଳୀନ ୧୦ଟି ସ୍ଥାନରେ ଏକକାଳୀନ ଚଢାଉ ।

ସୂଚନା ଅନୁଯାୟୀ, ବ୍ରହ୍ମପୁରର ସିଦ୍ଧାର୍ଥ ନଗରରେ ଥିବା ତାଙ୍କର ତିନି ମହଲା କୋଠା, ଶଶୀଭୂଷଣ ନଗରରେ ଥିବା ଦୁଇ ମହଲା କୋଠା, ଶିବ ମନ୍ଦିର ପଛରେ ଥିବା ଫାର୍ମ ହାଉସ୍, ଏସବିଆଇ ନିକଟ ଲୋଚାପଡା ମୁଖ୍ୟ ରାସ୍ତାରେ ଥିବା ଘର ଓ ମା ଭୈରବୀ ଟ୍ରେଡର୍ସର ଅଫିସ୍, ଅମ୍ବାପୁଆ ଠାରେ ଥିବା ୨ ବିଏଚକେ ଫ୍ଲାଟ, ନିଜ ଗାଁ ବାଳକୃଷ୍ଣପୁରର ଘର, ଟିପିଏସଓଡିଏଲ୍ କର୍ପୋରେଟ୍ ଅଫିସରେ ଥିବା ଚାମ୍ବର, ଗୋପାଳପୁର ଥାନା ହରିପୁରରେ ଥିବା ଦୁଇ ମହଲା କୋଠା ଓ ପୁରୀ ଜିଲ୍ଲା ପିପିଲିରେ ଥିବା ଗୋଟିଏ ଫ୍ଲାଟରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ ଚାଲିଛି। ବ୍ରହ୍ମପୁର ଭିଜିଲାନ୍ସ ସ୍ପେଶାଲ ଜଜ ନିର୍ଦ୍ଦେଶ କ୍ରମେ ଚାଲିଛି ଚଢାଉ । ଚଢାଉରେ ଜଣେ ଜଣେ ଅତିରିକ୍ତ ଏସ୍ପି, ୩ ଜଣ ଡିଏସ୍ପି, ୧୨ ଜଣ ଇନସ୍ପେକ୍ଟର, ୧୨ ଜଣ ଏସ୍ ଆଇ ଏବଂ ଏଏସ୍ ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।