You are currently viewing ପୁରୀରେ ସିରିଜ ଦୁର୍ଘଟଣା : ଫେରାର କାର ଚାଳକଙ୍କୁ କାବୁ କଲା ହାଇେୱେ ପୋଲିସ

ପୁରୀରେ ସିରିଜ ଦୁର୍ଘଟଣା : ଫେରାର କାର ଚାଳକଙ୍କୁ କାବୁ କଲା ହାଇେୱେ ପୋଲିସ

  • Post category:ଓଡିଶା
  • Reading time:1 mins read

ଏଏନଏସ : ପୁରୀରେ ରଥଯାତ୍ରା ମହାପର୍ବ ଚାଲିଥିବା ବେଳେ ଜଣେ ଅଜଣା କାର ଚାଳକ ସିରିଜ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିଲେ । ଏଥିରେ ୩ଜଣ ସଫେଇ କର୍ମଚାରୀ, ୩ରୁ ଅଧିକ ବାଇକ ଚାଳକ ଆହତ ହୋଇଥିଲେ । ୩ଜଣ ସଫେଇ କର୍ମଚାରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସଫେଇ କର୍ମଚାରୀଙ୍କ ମଧ୍ୟରେ ୩ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି ।

ଏହି କାର୍ ଚାଳକଟି ପ୍ରଥମେ ପୁରୀ ବେଳାଭୂମି ରାସ୍ତାରେ ଜଣେ ବାଇକ ଚାଳକଙ୍କୁ ଧକ୍କା ଦେଇଥିଲା । ବାଇକ ଚାଳଚକ କାରଟିକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଚାଳକ ଜଣଙ୍କ ଖସି ପଳାଉଥିବା ବେଳେ ପୁଣି ଏକ ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିଲା । ଏହାପରେ କାରଟି ସେଠାରୁ ଖସି ପଳାଉଥିବା ବେଳେ ବଡଦାଣ୍ଡରେ ସଫେଇ କର୍ମଚାରୀଙ୍କ ଉପରେ ଗାଡି ମଡାଇ ଦେଇଥିଲା ।ତେବେ ବହୁତ ଚେଷ୍ଟା ପରେ କାର ଚାଳକଙ୍କୁ ସାକ୍ଷାଗୋପାଳ ନିକଟ ବୀରପ୍ରତାପପୁରଠାରେ ହାଇେୱେ ପାଟ୍ରୋଲିଂ ପୋଲିସ କାବୁ କରିଛି ।

ଦୁର୍ଭାଗ୍ୟକର କଥା, ଯେଉଁ ନେତାମାନେ ସେବାୟତଙ୍କ ପାଇଁ ଡାକ୍ତଖାନାରେ ଭିଡ ଲଗାଇଥିଲେ, ସେମାନେ ଗୁରୁତର ସଫେଇ କର୍ମଚାରୀଙ୍କୁ ଆହା ପଦେ କହିନାହାନ୍ତି କି ଦେଖିବାକୁ ଆସିନାହାନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।