You are currently viewing ଆଜିଠୁ ସିଲଭର ସିଟିରେ ସେରୋ ସର୍ଭେ

ଆଜିଠୁ ସିଲଭର ସିଟିରେ ସେରୋ ସର୍ଭେ

କଟକ, ଆଜିଠାରୁ କଟକରେ ସେରୋ-ସର୍ଭେ ଆରମ୍ଭ । ପ୍ରଥମ ପର୍ଯ୍ୟାୟରେ ସହରର ୨୫ଟି ଓ୍ୱାର୍ଡରେ ଏହି ସର୍ଭେ ହେବ । ପ୍ରତି ଓ୍ୱାର୍ଡରୁ ୭୦ ଜଣଙ୍କ ସାମ୍ପଲ ନେଇ ସର୍ଭେ କରାଯିବ। ରକ୍ତ ନମୁନା ସଂଗ୍ରହ ହୋଇଥିବା ଲୋକଙ୍କ ନାଁ ଗୋପନ ରଖାଯିବ । ଆରଏମଆରସି, ଭୁବନେଶ୍ବର ଓ କଟକ ମହାନଗର ନିଗମ(ସିଏମସି)ର ମିଳିତ ସହଯୋଗରେ ୨ ତାରିଖରୁ ୫ ତାରିଖ ଯାଏ ସେରୋ ସର୍ଭେ ଚାଲିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।