You are currently viewing ଏସଏଚଜି ଗୋଷ୍ଠୀ ର ମହିଳା ମାନଙ୍କୁ ନେଇ ବିରୋଧ

ଏସଏଚଜି ଗୋଷ୍ଠୀ ର ମହିଳା ମାନଙ୍କୁ ନେଇ ବିରୋଧ

  • Post category:ଓଡିଶା
  • Reading time:1 mins read

ମିଶନ ଶକ୍ତି ରେ କାର୍ଯ୍ୟ କରୁଥିବା ଏସଏଚଜି ଗୋଷ୍ଠୀ ର ମହିଳା ମାନଙ୍କୁ ବିଜେଡି ସରକାର୍ ଦଳୀୟ କର୍ମୀ ଭବେ ବ୍ୟବହାର କରିବା କୁ ନେଇ ବିଜେପି ମହିଳା ମୋର୍ଚା ବିରୋଧ କରିଚି। ଆଗାମୀ 8 ତାରିଖ ରେ ନିମାପଡା ରେ ଅନୁଷ୍ଠିତ ହେବାକୁ ଥିବା ଏସ ଏଚ ଜି ଗୋଷ୍ଠୀ ମହିଳା ଙ୍କ ବୈଠକ ରେ ବିଜୁ ଜନତାଦଳ ର ଦଳୀୟ ରଙ୍ଗ ନୀଳ ରଙ୍ଗର ଶାଢ଼ୀ ପିନ୍ଧି ଆସିବାକୁ କୁହାଯାଇଛି। ଏସଏଚ୍ଚଜି ମହିଳା ଙ୍କ ପାଇଁ କୌଣସି ଡ୍ରେସ୍ କୋଡ ନ ଥିବା ବେଳେ ଶାସକ ଦଳ ରଙ୍ଗ ନୀଳ ରଙ୍ଗ ଶାଢ଼ୀ ପିନ୍ଧି ଆସିବାକୁ ପୁରୀ ଜିଲା ପ୍ରଶାସନ ନିର୍ଦେଶ କୁ ବିଜେପି ମହିଳା ମୋର୍ଚା ବିରୋଧ କରିଚି।

ଏହାର ପ୍ରତିବାଦ ରେ ବିଜେପି ମହିଳା ମୋର୍ଚା ର ଅଧ୍ୟକ୍ଷା ସ୍ମୃତି ପଟନାୟକ ଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଯାଇ ପୁରୀ ଜିଲ୍ଲାପାଳ ଙ୍କୁ ଭେଟି ସରକାର ଙ୍କ ଏଭଳି ବେନିୟମ ନିର୍ଦେଶ ନାମା କୁ ଆପତି କରିବା ସହ ଏଭଳି ନିର୍ଦେଶ ପ୍ରତ୍ୟାହାର ପାଇଁ ଦାବି ପତ୍ର ଦିଆଯାଇଛି। ସେହିପରି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଙ୍କ ମୃତ୍ୟ ଘଟଣାରେ ଭୂମିକା ଥିବା ନେଇ ଭାଈରାଲ ଅଡିଓ କ୍ଲିପ୍ ରୁ ଜଣାପଡିବା ପରେ ତାଂକ ର ଇସ୍ତଫା ନେଇ ଦାବି ଉଠୁଥିବା ବେଳେ ମନ୍ତ୍ରୀ ଙ୍କ ସୁରକ୍ଷା ପାଇଁ ମିଶନ ଶକ୍ତି ମହିଳା ଙ୍କୁ ନେଇ ବୈଠକ କରିବା ଦୁର୍ଭାଗ୍ୟ ଜନକ ବୋଲି ମହିଳା ମୋର୍ଚା ଅଭିଯୋଗ କରିଛି। ମନ୍ତ୍ରୀ ଯୌନ କେଳେଙ୍କାରି ରେ ସମ୍ପୃକ୍ତ ଥିବା ବେଳେ ତାଙ୍କ ସୁରକ୍ଷା କରିବା ଓ ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇବା ନେଇ ମିଶନ ଶକ୍ତି ବୈଠକ ଆଳରେ ମହିଳା ଙ୍କୁ ବ୍ୟବହାର କରିବା ବେନିୟମ ବୋଲି ବିଜେପି ମହିଳା ମୋର୍ଚା କହିଛି।

ସରକାର ଓ ସରକାରି କଳ ଯେଭଳି ମନ୍ତ୍ରୀ ଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରୁଛି ତାହାର ପ୍ରତିବାଦ ରେ ଶନିବାର ନିମାପଡା ରେ 100 ଟି ଜାଗା ରେ ମନ୍ତ୍ରୀ ସମିର ଦାଶ ଙ୍କ କୁଶପୁତ୍ତଳିକା ଦାହ କରାଯିବ। ଯଦି ମନ୍ତ୍ରୀ ତାଂକ ପଦରୁ ଇସ୍ତଫା ନ ଦିଅନ୍ତି ଓ ପୋଲିସ ସଠିକ ତଦନ୍ତ ନ କରେ ଆଗାମୀ ଦିନରେ ଆନ୍ଦୋଳନ ରାଜ୍ଯ ସ୍ତରୀୟ କରାଯିବ ବୋଲି ବିଜେପି ମହିଳା ମୋର୍ଚା ଚେତାବନୀ ଦେଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।