You are currently viewing ଖୋଲିବ ଶ୍ରୀ ମନ୍ଦିର, ଦର୍ଶନ ଦେବେ କଳାଠାକୁର

ଖୋଲିବ ଶ୍ରୀ ମନ୍ଦିର, ଦର୍ଶନ ଦେବେ କଳାଠାକୁର


ପୁରୀ, ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପାଇଁ ମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କୁ ସୁପାରିସ କରିବ। ଆଜି ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏଥିପାଇଁ ୨ ଦିନ ଭିତରେ ସରକାରଙ୍କୁ ସୁପାରିସ କରାଯିବ। ସରକାର ଅନୁମତି ଦେଲା ପରେ ମନ୍ଦିର ଖୋଲାଯିବ। ସେ ଆହୁରି କହିଛନ୍ତି, ୩ ତାରିଖ ଠାରୁ ପୁରୀ ସହ ବାହାର ଲୋକ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ଦର୍ଶନ ବ୍ୟବସ୍ଥା ପାଇଁ ଏସ୍ଓପି ଲାଗୁ କରାଯିବ ଏବଂ କୋଭିଡ କଟକଣାକୁ ସଠିକ ଭାବେ ପାଳନ କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।